ବିହାର କଟିହାରର ସୁଖାସନ ଗାଁରେ ଏନଆଇଏ ଚଢଉ, ଇକବାଲକୁ ହେପାଜତରେ ନେଲା
କଟିହାର, ୮ ସେପ୍ଟେମ୍ବର (ହି.ସ.)- ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିହାରର କଟିହାର ଜିଲ୍ଲାର ସୁଖାସନ ଗାଁରେ ଚଢଉ କରିଛି । ଏହି ସମୟରେ, ଏନଆଇଏ ଦଳ ଇକବାଲକୁ ତା’ର ଘରୁ ହେପାଜତରେ ନେଇଛି । ଏବଂ ତାଙ୍କ ପରିବାରକୁ ଏକ ଲିଖିତ ନୋଟିସ ଦେଇଛି । ଇକବାଲର ଭାଇ ୱାସିକ
ବିହାର କଟିହାରର ସୁଖାସନ ଗାଁରେ ଏନଆଇଏ ଚଢଉ, ଇକବାଲକୁ ହେପାଜତରେ ନେଲା


କଟିହାର, ୮ ସେପ୍ଟେମ୍ବର (ହି.ସ.)- ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିହାରର କଟିହାର ଜିଲ୍ଲାର ସୁଖାସନ ଗାଁରେ ଚଢଉ କରିଛି । ଏହି ସମୟରେ, ଏନଆଇଏ ଦଳ ଇକବାଲକୁ ତା’ର ଘରୁ ହେପାଜତରେ ନେଇଛି । ଏବଂ ତାଙ୍କ ପରିବାରକୁ ଏକ ଲିଖିତ ନୋଟିସ ଦେଇଛି । ଇକବାଲର ଭାଇ ୱାସିକ୍ କହିଛି ଯେ, ସର୍ଚ୍ଚ ୱାରେଂଟ ଆଧାରରେ ଏହି ଚଢଉ କରାଯାଇଥିଲା ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏନଆଇଏ ଟିମ୍ ଗ୍ରାମର ପ୍ରାୟ ଅଧ ଡଜନ ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମଗ୍ର ଅଂଚଳରେ ଆତଙ୍କର ବାତାବରଣ ରହିଛି ଏବଂ ଗ୍ରାମବାସୀ ଚିନ୍ତିତ ଅଛନ୍ତି । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ସେମାନେ ପୂର୍ବରୁ ଏପରି ଚଢଉ କେବେ ଦେଖି ନାହାଁନ୍ତି । ଲୋକମାନେ ଏହି କାର୍ଯ୍ୟାନୁଷ୍ଠାନ ପଛର କାରଣ ଏବଂ ଏହା ଏକ ବଡ଼ ନେଟୱାର୍କ ସହିତ ଜଡ଼ିତ କି ନାହିଁ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande