
ନୂଆଦିଲ୍ଲୀ, 01 ଜାନୁଆରି (ହି.ସ.)- ଦେଶର ସୁନା
ବଜାରରେ ଆଜି ଲଗାତାର ତୃତୀୟ ଦିନ ପାଇଁ ଦର କମିବାର ଧାରା ଜାରି ରହିଛି। ବିଶ୍ୱ ବଜାରରେ ଗତ
ଲଗାତାର ତିନିଟି ସେସନ୍ରେ ଭାରି ଲାଭ ଆଦାୟ ହେବାର ପ୍ରଭାବ ଦେଶୀୟ ସୁନାରୂପା ବଜାରରେ ମଧ୍ୟ
ପଡ଼ିଛି,
ଯାହାର ଫଳରେ ସୁନା ଦର କମିଛି। ଆଜି ସୁନା ରୂପା ବଜାରରେ ସୁନା ପ୍ରତି
10 ଗ୍ରାମରେ 1,200 ଟଙ୍କାରୁ 1,310 ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି।
ଦରରେ ଏହି ହ୍ରାସ ହେବାରୁ
ଦେଶର ଅଧିକାଂଶ ସୁନାରୂପା ବଜାରରେ ଆଜି 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,34,880
ଟଙ୍କାରୁ 1,35,030 ଟଙ୍କା ମଧ୍ୟରେ ବ୍ୟବସାୟ ହେଉଛି। ସେହିପରି 22 କ୍ୟାରେଟ୍ ସୁନା ପ୍ରତି 10
ଗ୍ରାମ 1,23,640 ଟଙ୍କାରୁ 1,23,790 ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହା ସହିତ ଦିଲ୍ଲୀ ସୁନାରୂପା
ବଜାରରେ ଆଜି ଚାନ୍ଦି ପ୍ରତି କିଲୋଗ୍ରାମ 2,38,900 ଟଙ୍କା ଦରରେ ବ୍ୟବସାୟ ହେଉଛି।
ଦିଲ୍ଲୀରେ ଆଜି 24
କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,35,030 ଟଙ୍କା ଦରରେ ବିକ୍ରି ହେଉଥିବାବେଳେ, 22 କ୍ୟାରେଟ୍ ସୁନାର ଦର ପ୍ରତି 10 ଗ୍ରାମ 1,23,790 ଟଙ୍କା ରେକର୍ଡ ହୋଇଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ୍ ସୁନା
ପ୍ରତି 10 ଗ୍ରାମ 1,34,880 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ 1,23,640 ଟଙ୍କା ଦରରେ ବିକ୍ରି ହେଉଛି। ଏହା ସହିତ ଆହମଦାବାଦରେ 24 କ୍ୟାରେଟ୍ ସୁନାର ରିଟେଲ୍
ଦର ପ୍ରତି 10 ଗ୍ରାମ 1,34,930 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ଦର ପ୍ରତି 10 ଗ୍ରାମ 1,23,690 ଟଙ୍କା ରେକର୍ଡ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା