
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ଶଙ୍କର ସାହୁ, ଭଦ୍ରକ ଡାକ ମୁଖ୍ୟ ଅଧିକାରୀ ଲକ୍ଷ୍ମୀନାରାୟଣ ମିଶ୍ର, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପଦ୍ମନାଭ ପତ୍ରି, ଲକ୍ଷ୍ମୀ ନାରାୟଣ ସାହୁ, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ସେଲ ଅଧକ୍ଷା ବନ୍ଦନା ଦେବୀ, ଭଦ୍ରକ ଲିଡ୍ ବ୍ୟାଙ୍କ ର ସି ଏଫ୍ ଏଲ୍, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଅଧିକାରୀ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟ ମହୋଦୟା ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାର ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷା ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଂଚିବାର ଉପାୟମାନ ବୁଝାଇଥିଲେ। ଜିଲ୍ଲା ଡାକ ମୁଖ୍ୟ ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଂଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ। ପଦ୍ମନ କୁମାର ରାୟ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ପିଲାମାନଙ୍କୁ ସଂଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଭଦ୍ରକ ବାଳିକା ମହାବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଓ ସାଳନ୍ଦୀ ମହାବିଦ୍ୟାଳୟର ମୋଟ ୧୫୦ ଜଣ ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ। ଏହି ସଭାରେ ଜିଲ୍ଲା ପ୍ରଶାସନ ତରଫରୁ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କ ଦ୍ୱାରା ଚୟନିତ ମୋଟ୍ ୪୦ ଜଣ ଛାତ୍ର ଛାତ୍ରୀମାନଙ୍କୁ ଆର୍ôଥକ ସାକ୍ଷରତା ସ୍ୱେଚ୍ଛା ସେବୀ ବା ସଂଚୟ ସାଥୀ ଭାବେ ଘୋଷଣା କରାଯାଇଥିଲା । ଆଜିର ଏକ ସଚେତନ ଛାତ୍ର, କାଲିର ଦାୟିତ୍ୱବାନ ନାଗରିକ ଏହି ଥିମ ରେ ସଂଚୟ ସାଥୀ ମାନେ ମହାବିଦ୍ୟାଳୟ ପରିସରରେ ଓ ନିଜ ସାଙ୍ଗ ସାଥୀ ମାନଙ୍କ ମଧ୍ୟରେ ସଂଚୟ ଯୋଜନା, ଆର୍ôଥକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରାଇବା ସହ ଜିଲ୍ଲା ପ୍ରଶାସନ ତରଫ ରୁ ଆୟୋଜିତ ଅନେକ ସାକ୍ଷରତା ଶିବିର ଗୁଡିକରେ ଯୋଗଦାନ ଦେଇ ସମାଜକୁ ସୁରକ୍ଷିତ ଓ ଆର୍ôଥକ ସାକ୍ଷର କରିବାରେ ସହାୟକ ହେବ। ଏହି ସଭାଟିକୁ ସଫଳ କରିବାରେ ମହାବିଦ୍ୟାଳୟ ର ସମସ୍ତ କାର୍ଯ୍ୟ କର୍ତା, ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତା ଓ ଡାକ ଏଜେଂଟ ମାନେ ସହାୟକ ହୋଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ