
ଜୟପୁର,୧୦ ଜାନୁଆରି (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ରେଲ୍ୱେ ଛକ ନିକଟରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଚାଳକ ଗୁରୁତର ଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ପୋଲିସ ସୂଚନା ଅନୁଯାୟୀ ଆଜି ପଟାଙ୍ଗୀ ଥାନା ଅନ୍ତର୍ଗତ ମାଳିଗୁଡା ଗ୍ରାମର ଧର୍ମେନ୍ଦ୍ର କୁମାର ଚୌଧୁରୀ ଏକ ଓମିନି କାରରେ ଜଗଦଲପୁର ଠାରୁ ମାଳିପୁଟ ଯିବା ସମୟରେ ଜୟପୁର ଠାରୁ ବୋରିଗୁମ୍ମା ଅଭିମୁଖେ ଯାଉଥିବା ଏକ ବାଇକ ଜୋରରେ ଆସି କାରରେ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ୩ଜଣ ଯୁବକ ଛିଟିକି ପଡିଥିଲେ। ବାଇକ ଚାଳକକୁ ସାମାନ୍ୟ ଆଘାତ ଲାଗିଛି। ଘଟଣା ସ୍ଥଳରେ ଥିବା ଲୋକେ ଅହତଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସଦର ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇଟି ଗାଡିକୁ ଜବତ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି