
ନୂଆପଡ଼ା, ୧୦ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାରେ ଆଜି ବ୍ଲକ ସ୍ତରୀୟ ବନ୍ଦେ ମାତରଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଅଛି। ଆଜିର ଉଦ୍ଘାଟନୀ ଉତ୍ସବରେ ନୂଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ସଭାପତି, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ପ୍ରସନ୍ନ ପାଢ଼ୀ ବନ୍ଦେ ମାତରଂ କାର୍ଯ୍ୟକ୍ରମର ମହନୀୟତା ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନୂଆପଡ଼ା ବ୍ଲକ ଅନ୍ତର୍ଗତ ପ୍ରତିଟି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଯୁବକ ସଂଘରୁ ଜଣେ ଲେଖାଏଁ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଯୁବକ ଯୁବତୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡା, ଗୀତାରାଣୀ ଯୋଶୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ , କୋମନା, ଅନିତା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଶିକ୍ଷକ ଶଙ୍କର୍ଷଣ ପୁରୋହିତ, ରାମେଶ୍ୱର ଦାସ, ରସାଞ୍ଜନ ଦାସ ପ୍ରମୁଖ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ। ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଅବିନାଶ କୁମାର ସାହୁ, ଶିକ୍ଷକ ଅମିୟ ଜ୍ୟୋତି ପାଢ଼ୀ, ଭରତ ଭୂଷଣ ସେହେନ୍ ସାହା ଓ ବ୍ଲକ୍ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ