ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ କମିଟି ସମ୍ମିଳନୀ
ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ କମିଟି ସମ୍ମିଳନୀ
ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ କମିଟି ସମ୍ମିଳନୀ


ସମ୍ବଲପୁର, ୧୦, ଜାନୁଆରୀ (ହି.ସ.) ରବିବାର ଦିନ ପଶ୍ଚିମ ଓଡିଶା ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ କମିଟି ତରଫରୁ ସମ୍ବଲପୁର ସ୍ଥିତ ଓଡିଶା ସାଂସ୍କୃତିକ ସମାଜ ର ସ୍ୱାଧୀନତା ସଂଗ୍ରାମୀ ଭବନ ଠାରେ ବେସରକାରୀ ଡିଗ୍ରୀ ଓ ଜୁନିଅର କଲେଜ ଅଧ୍ୟାପକ କର୍ମଚାରୀ ମାନଙ୍କର ଏକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟ ସଂଯୋଜକ ପ୍ର. ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀ ରେ ବିଭିନ୍ନ ଦାବୀ ଓ ପ୍ରସ୍ତାବ ସମ୍ପର୍କ ରେ ଆଲୋଚନା ହେବା ସହିତ ନୂତନ କର୍ମକର୍ତ୍ତା ମନୋନୟନ ଓ ଚୟନ କରାଯିବ। ସମାବେଶ ରେ ବିଶିଷ୍ଟ ଶିକ୍ଷକ ନେତା ଶିକ୍ଷାବିତ୍ ବୃନ୍ଦ ନିମନ୍ତ୍ରିତ ଅତିଥି ଓ ବକ୍ତା ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ବୁଦ୍ଧିଜିବୀ ମାନଙ୍କୁ ଏହି ସମ୍ମିଳନୀରେ ରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande