
ଖୋର୍ଦ୍ଧା, ୧୦ ଜାନୁଆରୀ (ହି.ସ.)- ଆଦର୍ଶ ଥାନା ପୋଲିସ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦ୍ବୟ ହେଲେ ଆଦର୍ଶ ଥାନା ଅନ୍ତର୍ଗତ କଲ୍ୟାଣୀପୁର ଗାଁ ର ସନ୍ତୋଷ କୁମାର ରାଉତରାୟ ଓ ବିଜେବି ନଗରର ସୂର୍ଯ୍ୟକାନ୍ତ ନାୟକ। ଏମାନଙ୍କ ଠାରୁ ପୋଲିସ ୧୪ ଗ୍ରାମ ବ୍ରାଉନସୁଗାର ଓ ଦୁଇଟି ମୋବାଇଲ ଜବତ କରିଛି।
ସୂଚନା ମୁତାବକ, ସୂର୍ଯ୍ୟକାନ୍ତ ଓ ସନ୍ତୋଷ ବିଡ଼ିଏ ରୋଡ ତଥା ନୂଆ ମହୋତ୍ସବ ପଡ଼ିଆରେ ବେପାର ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ ଏକ ବିଶେଷ ସୁତ୍ରରୁ ଖବର ପାଇ ଆଦର୍ଶ ଥାନା ପୋଲିସ ଥାନାଧିକାରୀ ସଞ୍ଜୟ ନାୟକଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ରାକେଶ