ମନରେଗାର ନାମ ପରିବର୍ତ୍ତନ ନିନ୍ଦନୀୟ : ଜିଲ୍ଲା କଂଗ୍ରେସ
ପୁରୀ, ୧୦ ଜାନୁଆରୀ (ହି.ସ.)- ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ଇନ୍ଦିରା ଭବନ ଠାରେ ଏକ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଲେ, ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ନାମ ଏବଂ ସଂପୂର୍ଣ୍ଣ
ମନରେଗା ନାମ ପରିବର୍ତ୍ତନ ନିନ୍ଦନୀୟ ଜିଲ୍ଲା


ପୁରୀ, ୧୦ ଜାନୁଆରୀ (ହି.ସ.)- ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ଇନ୍ଦିରା ଭବନ ଠାରେ ଏକ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଲେ, ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ନାମ ଏବଂ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନ ନିନ୍ଦନୀୟ । ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନର ହତ୍ୟା ସେ ଆହୁରି ମଧ୍ୟ କହିଥିଲେ ଭିବି-ଜୀ-ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି, ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବ ମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇ ନିଆଯାଇଛି । ଏସସିଏସଟି ଓବିସି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏବଂ ଟାଟା ପାଓ୍ବାରର ନିୟମିତ ଜୁଲମ ବିରୁଦ୍ଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବିଦ୍ୟୁତ ଉପଭୋକ୍ତାଙ୍କୁ ବିଭିନ୍ନ ବିଦ୍ୟୃତ ରିହାତି ସଂପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ । ତାହା ସହିତ ରାଜ୍ୟ ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ମଧୁଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଣ ଓ ଟାଟା ପାଓ୍ବାରର ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ । ଶେଷରେ ଧାନ ମଣ୍ଡି ଗୁଡିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande