ଶାବେରୀ ନଦି କେନ୍ଦୁଗୁଡା ଘାଟରୁ ଠାବ ହେଲା କୁମ୍ଭୀର
ଜୟପୁର, ୧୦ ଜାନୁଆରି (ହି.ସ.) - ଜୟପୁର ବନଖଣ୍ଡରେ ପ୍ରଥମଥର ପାଇଁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଗତ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଆରମ୍ଭ ହୋଇଥିବା ବେଳେ ଗତ ୭ ତାରିଖରେ କେନ୍ଦୁଗୁଡା ଘାଟରେ କୁମ୍ଭୀର ଥିବା ଜୟପୁର ବନଖଣ୍ଡରେ କୁମ୍ଭୀର ରହିଥିବା ନେଇ ବନବିଭାଗ ପକ୍ଷରୁ ସ୍ପଷ୍ଟ
ଶାବେରୀ ନଦି କେନ୍ଦୁଗୁଡା ଘାଟରୁ ଠାବ ହେଲା କୁମ୍ଭୀର


ଜୟପୁର, ୧୦ ଜାନୁଆରି (ହି.ସ.) - ଜୟପୁର ବନଖଣ୍ଡରେ ପ୍ରଥମଥର ପାଇଁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଗତ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଆରମ୍ଭ ହୋଇଥିବା ବେଳେ ଗତ ୭ ତାରିଖରେ କେନ୍ଦୁଗୁଡା ଘାଟରେ କୁମ୍ଭୀର ଥିବା ଜୟପୁର ବନଖଣ୍ଡରେ କୁମ୍ଭୀର ରହିଥିବା ନେଇ ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ବେହେରା କହିଛନ୍ତି ଯେ ବନଖଣ୍ଡର କୋଲାବ ଓ ଶାବେରୀ ନଦୀରେ କୁମ୍ଭୀର ଗଣନା କରିବାକୁ ରାଜ୍ୟ ବନ ବିଭାଗର ନିର୍ଦ୍ଧେଶ ରହିଥିଲା। ପ୍ରଥମ ଥର ପାଇଁ ଜୟପୁର ପିସିସିଏଫ ୍ୱାଇଲ୍ଡ ଲାଇଫ ଚଳିତ ବର୍ଷ କୁମ୍ଭୀର ଗଣନା କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଜୟପୁର ବନଖଣ୍ଡ ଅଧିନ ରେ ଥିବା ୬ଟି ବନାଂଚଳ ମଧ୍ୟରୁ ୪ଗୋଟି ବନାଂଚଳରେ କୁମ୍ଭୀର ଗଣନା କରିବାକୁ ୮ଟି ଦଳ ଗଠନ କରାଯାଇଥିଲା ବୋଲି କହିଛନ୍ତି। ସେହିପରି ଗୁପ୍ତେଶ୍ୱର ବନାଂଚଳ ଅଧିକାରୀ ଛବି ରନ୍ଧାରୀ କହିଛନ୍ତି ସାବେରୀ ନଦିରେ କୁମ୍ଭୀର ସନ୍ଧାନ କରିବା ପାଇଁ ୮ଟି ଟିମ ଗଠନ କରାଯାଇଥିଲା। ଗତ ଜାନୁଆରୀ ୭ ତାରିଖରେ କେନ୍ଦୁଗୁଡା ଘାଟରେ ଗୋଟିଏ କୁମ୍ଭୀର ଦେଖିବାକୁ ପାଇଥିଲୁ। ଆଶା କରୁଛୁ ଏହି କୁମ୍ଭୀରର ଛୁଆ ମାନେ ମଧ୍ୟ ଏଠାରେ ରହିଥିବେ। ପ୍ରଥମ ଥର ପାଇଁ ବନଖଣ୍‌ତ ପକ୍ଷରୁ ଏହିପରି ପ୍ରୟାସ କରାଯାଇଛି ବୋଲି କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande