ଖଡ଼ିଆଳ ରାଜାଙ୍କ ଘରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
ନୂଆପଡ଼ା, ୧୦ ଜାନୁଆରୀ (ହି.ସ.) - ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଦେବଦେବ ସିଂ ଦେଓଙ୍କ ଘରକୁ ଆଜି ଆସିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ l ରାଜ ଦରବାରରେ ଦିବଂଗତ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଫୋଟୋ ଚିତ୍ରରେ ଉପରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଖଡ଼ିଆଳ ଏ
Deputy CM


ନୂଆପଡ଼ା, ୧୦ ଜାନୁଆରୀ (ହି.ସ.) - ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଦେବଦେବ ସିଂ ଦେଓଙ୍କ ଘରକୁ ଆଜି ଆସିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ l ରାଜ ଦରବାରରେ ଦିବଂଗତ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଫୋଟୋ ଚିତ୍ରରେ ଉପରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଖଡ଼ିଆଳ ଏବଂ ପାଟଣାଗଡ଼ ଗଡ଼ଜାତର ରାଜା ମାନେ ଚୌହାନ ବଂଶୀୟ ଥିଲେ l ରାଜ ପ୍ରସାଦରେ ରାଜମାତା ଏବଂ ରାଜାରାଣୀଙ୍କ ସହ ସପରିବାରକୁ ଭେଟି ସମାବେଦନା ଜଣାଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ତାଙ୍କ ସହ ଆସିଥିଲେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande