


ବଲାଙ୍ଗିର, ୧୦ ଜାନୁଆରୀ (ହି.ସ.)- ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ୍ସକ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଦିତ୍ୱୀୟ ସେମିଫାନାଲ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗିତାରେ କ୍ଳବ ର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ସମ୍ମାନିତ ଅତିଥି ଭାବରେ ଫାଓ ସଭାପତି ଡ. ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡା ସାଂସଦ ସାଧାରଣ ସମ୍ପାଦକ ହରିନାରାୟଣ ପୁଝାରୀ, ଗାନ୍ଧିଜୀ କ୍ଳବ ସଭାପତି ରାମଚନ୍ଦ୍ର ପୁରୋହିତ,ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, କ୍ଲବର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର, କୋଷାଧକ୍ଷ ରଞ୍ଜିତ ବେହେରା ମଂଚାସୀନ ଥିଲେ । ଜିତେନ୍ଦ୍ର ପାତ୍ର, ସୁଦର୍ଶନ ସେଠ୍, ସୁଶାନ୍ତ ନାଗ,ଜିତୁ ଦଳାଇ, ବୈକୁଣ୍ଠ ଜେନାଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ କମିସନର ଭାବରେ ଶୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜି ଦ୍ଵିତୀୟ ସେମିଫାଇନାଲ ଦିନରେ ଝାରସୁଗୁଡା ଫୁଟବଲ କ୍ଲବ ଏବଂ ମା ମଙ୍ଗଳା କ୍ଳବ ଢେଙ୍କାନାଳ ମଧ୍ୟରେ ହୋଇଥିଲା, ନିର୍ଦ୍ଧାରିତ ସମୟ ମଧ୍ୟରେ ଝାରସୁଗୁଡା ଦଳ ଗୋଟିଏ ଗୋଲ ଦେଇ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲା l
ବିଶିଷ୍ଟ କ୍ରିଡାବିତ କୈଳାଶ କର୍ତ୍ତୀ, ଭୂପେନ୍ଦ୍ର ପ୍ରସାଦ ସିଂ ଓ ବର୍ତମାନର ଜାତୀୟ ସ୍ତରର ମହିଳା ବେଡ଼ମିଟନ ଖେଳାଳି ସମ୍ପଦା ମହାନ୍ତିଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର,ଆକାଶ ମିଶ୍ର, ସରୋଜ ସାହୁ,, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ପ୍ରଦୀପ୍ତ ମିଶ୍ର, ଟିକୁ ପରିଚ୍ଚା, ନିତ୍ୟା ପଧାନ, ସରୋଜ ସାହୁ ସନତ ତ୍ରିପାଠୀ, ପୃଥ୍ୱୀରାଜ ବରାଡ଼, ବିକାଶ ସା, ଅରୋ ରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସାହସ୍ରାଧିକ ଦାର୍ଶକ ଖେକୁ ଉପଭୋଗ କରିଥିଲେ l ଆସନ୍ତାକାଲି ବରଗଡ଼ ଏବଂ ଝାରସୁଗୁଡା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୂଚନା ଦେଇଛନ୍ତି ।
ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ