ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ - ୨୦୨୬ 'ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ ଉପରେ ଆଲୋଚନାଚକ୍ର'
ସୁବର୍ଣ୍ଣପୁର, ୧୦ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଅବସରରେ ‘ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ’ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ମହୋତ୍ସବ ପରିସରରେ ଆୟୋଜିତ ହୋଇଯାଇଛି। ସୁବର୍ଣ୍ଣପୁରର ସାଂସ
ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ - ୨୦୨୬   *ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ ଉପରେ ଆଲୋଚନାଚକ୍ର*


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ - ୨୦୨୬   *ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ ଉପରେ ଆଲୋଚନାଚକ୍ର*


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ - ୨୦୨୬   *ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ ଉପରେ ଆଲୋଚନାଚକ୍ର*


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ - ୨୦୨୬   *ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ ଉପରେ ଆଲୋଚନାଚକ୍ର*


ସୁବର୍ଣ୍ଣପୁର, ୧୦ ଜାନୁଆରୀ (ହି.ସ.)-

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଅବସରରେ ‘ପରିବର୍ତ୍ତିତ ସାଂସ୍କୃତିକ ବିକାଶ ଓ ସୁବର୍ଣ୍ଣପୁର ରଙ୍ଗମଞ୍ଚ’ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ମହୋତ୍ସବ ପରିସରରେ ଆୟୋଜିତ ହୋଇଯାଇଛି। ସୁବର୍ଣ୍ଣପୁରର ସାଂସ୍କୃତିକ ପରମ୍ପରା, ନାଟ୍ୟ ଐତିହ୍ୟ ଓ ଆଧୁନିକ ସମାଜରେ ରଙ୍ଗମଞ୍ଚର ଭୂମିକାକୁ ନେଇ ଏହି ଆଲୋଚନାଚକ୍ର ଉତ୍ସାହଜନକ ଓ ଚିନ୍ତନପ୍ରବଣ ରହିଥିଲା।

ଏହି ଆଲୋଚନାଚକ୍ରରେ ସଙ୍ଗୀତ ନାଟକ ଏକାଡେମୀର ସଭ୍ୟ ତଥା ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଗଦାଧର ବାରିକ, ସାଂସ୍କୃତିକ ପରିବର୍ତ୍ତନର ଧାରା, ଗ୍ଲୋବାଲାଇଜେସନ ଓ ଡିଜିଟାଲ ମାଧ୍ୟମର ପ୍ରଭାବ ରଙ୍ଗମଞ୍ଚ ଉପରେ କିପରି ପଡ଼ୁଛି, ସେନେଇ ଆହ୍ୱାନ ସହ ସୁବର୍ଣ୍ଣପୁର ମାଟିର କଳାକାରଙ୍କ କଳାର ବିକାଶ ପାଇଁ ମଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବ ଅଭିନେତା ପ୍ରଦ୍ୟୁମ୍ନ ସାହୁ ଏବଂ ଗବେଷକ ତଥା ଲେଖକ ସୁଦାମ ନାଏକ ଅତିଥି ଆଲୋଚକ ଭାବେ ଯୋଗଦେଇ ରଙ୍ଗମଞ୍ଚର ବଦଳୁଥିବା ଆକୃତି, ସାଂସ୍କୃତିକ ଚେତନା ଓ ସମକାଳୀନ ଚ୍ୟାଲେଞ୍ଜ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

ଯୁବ ଅଭିନେତା ପ୍ରଦ୍ୟୁମ୍ନ ସାହୁ ଯୁବପିଢ଼ି ସହିତ ରଙ୍ଗମଞ୍ଚର ସଂଯୋଗ, ପ୍ରଶିକ୍ଷଣ ଓ ନୂତନ ମଞ୍ଚ ସୃଷ୍ଟିର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଗବେଷକ ସୁଦାମ ନାଏକ ସୁବର୍ଣ୍ଣପୁର ରଙ୍ଗମଞ୍ଚର ଐତିହାସିକ ପୃଷ୍ଠଭୂମି ଓ ସାମାଜିକ ସଚେତନତାରେ ଏହାର ଅବଦାନ ବିଷୟରେ କହିଥିବା ବେଳେ ସେନେଇ ତାଙ୍କର ଗବେଷଣାମୂଳକ ମତ ରଖିଥିଲେ।

ଶିକ୍ଷାବିତ ଲକ୍ଷ୍ମଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ସଂଯୋଜନା ବେଣୁଧର ପ୍ରଧାନ କରିଥିଲେ। ସଭାପତିତ୍ୱ ଅଭିଭାଷଣରେ ଶିକ୍ଷାବିତ ଲକ୍ଷ୍ମଣ ମିଶ୍ର ବଦଳୁଥିବା ସମୟ ଏବଂ ପାରମ୍ପାରିକ କଳାର ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଦେଇଥିବାବେଳେ ଅଧୂନାତନ ସମୟର ଆବଶ୍ୟକତାକୁ ନେଇ ମତ ଦେଇଥିଲେ । ଆଲୋଚନାଚକ୍ରରେ ଜିଲ୍ଲାପାଳ, ଡ଼.ନୃପରାଜ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ପରମ୍ପରାର ସୁରକ୍ଷା, ସ୍ଥାନୀୟ କଳାକାରଙ୍କୁ ପ୍ରୋତ୍ସାହନ ଓ ପ୍ରଶାସନିକ ସହଯୋଗର ଆବଶ୍ୟକତାକୁ ନେଇ ଆଗାମୀ ଦିନରେ କାର୍ଯ୍ୟାନ୍ଵୟନ ଓ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରଶାସନିକ ସ୍ତରରେ ଯୋଜନା ରହିଛି ବୋଲି ବକ୍ତବ୍ୟ ଦେଇଥିଲେ ।

ସେମିନାର କମିଟିର ଆବାହକ ଗତିକୃଷ୍ଣ ମିଶ୍ର ସ୍ୱାଗତ ସମ୍ଭାଷଣ ମାଧ୍ୟମରେ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ପୃଷ୍ଠଭୂମି ଉପସ୍ଥାପନ କରିଥିବାବେଳେ କମିଟି ସଦସ୍ୟ ଡ଼. ସୌରଭ ରଞ୍ଜନ ଖମାରୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ। ସାରଗର୍ଭିତ ଆଲୋଚନା, ମତ ବିନିମୟ ଓ ଚିନ୍ତନମୂଳକ ପ୍ରସ୍ତାବ ସହ ଏହି ଆଲୋଚନାଚକ୍ର ସୁବର୍ଣ୍ଣପୁର ରଙ୍ଗମଞ୍ଚର ଭବିଷ୍ୟତ ଦିଗନିର୍ଦ୍ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande