ଜିଲ୍ଲାରେ ଧାନ କ୍ରୟରେ ଚଞ୍ଚକତା ଅଭିଯୋଗ
ଜୟପୁର, ୧୦ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ କ୍ରୟରେ ଚଞ୍ଚକତା ହୋଇଥିବାର ଅଭିଯୋଗ କରିଛନ୍ତି ଜିଲ୍ଲା କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଧାନ କ୍ରୟରେ ସ୍ଵଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କୋରାପୁଟ ଜିଲ୍ଲାରେ
ଜିଲ୍ଲାରେ ଧାନ କ୍ରୟ ରେ ଚଞ୍ଚକତା ଅଭିଯୋଗ


ଜୟପୁର, ୧୦ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ କ୍ରୟରେ ଚଞ୍ଚକତା ହୋଇଥିବାର ଅଭିଯୋଗ କରିଛନ୍ତି ଜିଲ୍ଲା କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଧାନ କ୍ରୟରେ ସ୍ଵଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କୋରାପୁଟ ଜିଲ୍ଲାରେ ତାହା ବ୍ୟତିକ୍ରମ ହେଉଛି। ଚଳିତ ବର୍ଷ ଖରିଫ ମଣ୍ଡିରେ ଚାଷୀଙ୍କ ପାଇଁ ଧାନ କ୍ରୟରେ ସ୍ଵଚ୍ଛତା ଆଣିବା ସହ ସୁରୁଖୁରୁରେ ଧାନ କ୍ରୟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଲପିସି ବୈଠକରେ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ନିଷ୍ପତ୍ତି ଅନୁଯାୟୀ କୌଣସି କାର୍ଯ୍ଯ ହେଉନଥିବା ଚାଷୀ ଆଭିଯୋଗ ଆଣିଛନ୍ତି। ଧାନ କ୍ରୟ ବେଳେ ଚାଷୀଙ୍କୁ ସମ୍ପୂର୍ଣ ଟୋକେନ୍ ପହଞ୍ଚିନଥିବା, ଧାନ ମଣ୍ଡିରେ ପହଞ୍ଚାଇବାକୁ ହ୍ୟାଣ୍ଡେଲିଙ୍ଗ ଖର୍ଚ୍ଚ ନଦେବା, ଉଦ୍ଦିଷ୍ଟ ଅଖା ଯୋଗାଇନଦେବା, ମଣ୍ଡିରେ ଠିକ୍ ବ୍ୟବସ୍ଥା ନହେବା, ୩ ରୁ ୫ କିଲୋଗ୍ରାମ ଧାନ କଟନି ଛଟନି କରି ଧାନ କ୍ରୟ କରିବା ଏଭଳି ଅନେକ ସମସ୍ୟା ଉପୁଜୁଥିବା ଚାଷୀ କହିଛନ୍ତି।

ଅନ୍ୟପଟେ ଜିଲ୍ଲା ଉପନିବନ୍ଧକ ସମବାୟ ସମିତି କୋଟି କୋଟି ଟଙ୍କାର ଖଜଣା ପାଇ ମଧ୍ୟ ଚାଷୀଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ନକରିବା। ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ଟଙ୍କା ଗଚ୍ଛିତ କରି ରଖିବା ସହ ଚାଷୀଙ୍କୁ ଠିକ୍ ସମୟରେ ସାର ନଯୋଗାଇବା ଭଳି ଅନେକ ସମସ୍ୟା ରହିଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି। କୋରାପୁଟ ଜିଲ୍ଲାରେ ଚଳିତ ଖରିଫ ମଣ୍ଡିରେ ଧାନ ବିକ୍ରୀ ପାଇଁ ୪୪୧୦୪ ଜଣ ଚାଷୀ ପଞ୍ଜୀକୃତ କରାଇଥିଲେ ସେଥିରୁ ୪୨୭୬୫ ଜଣ ଚାଷୀ ଟୋକେନ ପାଇବା ପାଇଁ ସକ୍ଷମ ହୋଇଛନ୍ତି। ଏଥି ମଧ୍ୟରୁ ୭୫ କୁଇଣ୍ଟାଲ ଧାନ ପ୍ରଥମ କିସ୍ତି ଏବଂ ଦ୍ଵିତୀୟ କିସ୍ତିରେ ମୋଟ ୫୨୦୪୩ ଟୋକେନ ଚାଷୀଙ୍କ ନିକଟରେ ଟୋକେନ ପହଞ୍ଚିଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଏହି ରିପୋର୍ଟ କୁ ନେଇ ଚାଷୀ ସନ୍ଦେହ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୪୨୭୬୫ ଜଣ ଚାଷୀଙ୍କୁ ପ୍ରଥମ କିସ୍ତି ର ଟୋକେନ ପହଞ୍ଚିନଥିବା ବେଳେ କିଭଳି ଭାବେ ୫୨୦୪୩ଟି ଟୋକେନ ଚାଷୀଙ୍କ ନିକଟରେ ପହଞ୍ଚିଛି। ନିଶ୍ଚିତ ରୂପେ ଏଥିରେ ଚଞ୍ଚକତା ହୋଇଥିବାର ଅଭିଯୋଗ କରିଛନ୍ତି ଚାଷୀ। ଚଳିତ ଖରିଫ୍ ମଣ୍ଡିରେ ପ୍ରଥମ କିସ୍ତିର ଟୋକେନ ରେ ୧୫ ଲକ୍ଷ ୫ ହଜାର କୁଇଁଟାଲ ଧାନ କ୍ରୟ କରିବାକୁ ସ୍ଥିରୀକୃତ ହେଇଥିବା ବେଳେ ତା-୯ ଜାନୁଆରୀ ୨୦୨୫ ରିଖ ସୁଦ୍ଧା ୧୪୫୭୯ଜଣ ଚାଷୀଙ୍କ ଠାରୁ ୭ ଲକ୍ଷ ୨୨ ହଜାର ୭୩୧ କୁଇଂଟାଲ ୯୨ କିଲୋଗ୍ରମ ଧାନ କ୍ରୟ କରାଯାଇଛି। ଏମାନଙ୍କୁ ମୋଟ ୧ କୋଟି ୨୨ ଲକ୍ଷ ୨ ଶହ ଟଙ୍କା ମିଳିଥିବା ବେଳେ ୭୦ ପ୍ରତିଶତ ଚାଷୀଙ୍କ ଆକାଉଣ୍ଟ୍ କୁ ଧାନ ଟଙ୍କା ଆସିନଥିବା ଜଣାପଡିଛି। ଏପରି ସ୍ଥିତିରେ କେତେଜଣ ଚାଷୀଙ୍କ ଆକାଉଣ୍ଟ୍ କେ ୭ ରୁ ୮ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଧାନ ଟଙ୍କା ଆସିବାରେ ବିଳମ୍ବ ହେଉଥିବା ଚାଷୀ କହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମଣ୍ଡି ରୁ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ୍ କୁ ଟଙ୍କା ଜମା ହେବ। କିନ୍ତୁ, କୋରାପୁଟ ଜିଲ୍ଲାରେ ତାହା ବ୍ୟତିକ୍ରମ ହେଉଛି। ସରକାରଙ୍କ ପୋର୍ଟାଲ ରେ ଅଧିକ ଧାନ କ୍ରୟ କରଯାଇଥିବା ମିଥ୍ୟା ସୂଚନା ଜାରି କରିବା ଭଳି ଧାନ କ୍ରୟ ରେ ଚଞ୍ଚକତା କରାଯାଇଛି ବୋଲି ଚାଷୀମାନେ କହିଛନ୍ତି। ତୃଣମୂଳ ସ୍ତରରେ ଚାଷୀଙ୍କ ଧାନ କ୍ରୟ ବିଳମ୍ବ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଏଭଳି ରିପୋର୍ଟ କୁ ନେଇ ଚାଷୀକୁଳ ଘୋର ନିନ୍ଦା କରିଛନ୍ତି। ଜିଲ୍ଲାରେ ଦଲାଲ୍ ଚାଷୀ ମାନଙ୍କ ଧାନ କ୍ରୟ କରି ସରକାରଙ୍କ ପୋର୍ଟାଲ ରେ ଏଭଳି ରିପୋର୍ଟ ଦେଉଥିବା ଚାଷୀ କହୁଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ରେ ମିଲର ମାନେ ୪ଦଫା ଦାବି ପୁରଣ ନିମନ୍ତେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସରକାରଙ୍କ ପକ୍ଷରୁ ସେମାନଙ୍କ ଦାବି ପୂରଣ ନିମନ୍ତେ ଆଶ୍ଵାସନା ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ। କିନ୍ତୁ ମିଲରଙ୍କ ଆନ୍ଦୋଳନ ହେବା ଦ୍ଵାରା ଚାଷୀ କୂଳ ବହୁତ ପ୍ରଭାବିତ ହୋଇଥିଲେ। କଷ୍ଟମ ମିଲିଙ୍ଗ ପାଇଁ ମିଲର ଏବଂ ସରକାରଙ୍କ ମଧ୍ୟରେ ଯାହା ଚୁକ୍ତି ରହିଛି ତାହା ମଧ୍ୟରେ ଜିଲ୍ଲାରେ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ଜଣାପଡିଛି। ଜିଲ୍ଲାରେ ୯୫ ଟି ମିଲର ରହିଥିବା ବେଳେ ୯୪ଟି ମିଲରଙ୍କୁ କଷ୍ଟମ ମିଲିଙ୍ଗ୍ ପାଇଁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଛି। ଯେଉଁ ମିଲ୍ ର କଷ୍ଟମ ମିଲିଙ୍ଗ୍ ପାଇଁ କୌଣସି ଭିତ୍ତିଭୂମି ନାହିଁ ସେମାନେକୁ ସୁଯୋଗ ଦିଆଯାଉଛି ଏବଂ ସମସ୍ତ ଭିତ୍ତିଭୂମି ଥିବା ମିଲକୁ ବାଦ୍ ଦିଆଯାଇଛି। ଏଥିପ୍ରତି ଗୋଟିଏ ମିଲ୍ କୁ କାହିଁକି ବାଦ୍ ଦିଆଗଲା ଏହାକୁ ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପ୍ରତି ବଡ଼ ପ୍ରଶ୍ନ ଉଠୁଛି। ଜିଲ୍ଲା ଯୋଗାଣ ଅଧିକାରୀ ଏଥିରେ ପାତର ଅନ୍ତର ନୀତିରେ ଉକ୍ତ ମିଲକୁ ଜାଣି ଶୁଣି ପଛକୁ ଠେଲିବାକୁ ପ୍ରୟାସ କରୁଛନ୍ତି ବୋଲି ମିଲର କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande