
ରାଉରକେଲା, ୧୦ ଜାନୁଆରୀ (ହି.ସ.)- ରାଉରକେଲା ନିକଟ ଜଲଦା ସି ବ୍ଲକ ଗରିଆଟୋଲା ପାଖରେ ଏକ ଖାଲି ଯାଗାରେ ଆଜି ଭୁବନେଶ୍ୱରରୁ ଆସୁଥିବା ଏକ ୯ସିଟର ବିନମାନ ହଠାତ ଦିନ ପ୍ରାୟ ୧ଟା ବେଳେ ଖସି ପଡି ଯୋର ସାଉଣ୍ଡ କରିଥିଲା । ଏଥିରେ ୬ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏମାନଙ୍କ ଭିତରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । ବିମାନଟି ଆଜି ଭୁବନେଶ୍ୱରରୁ ରାଉରକେଲା ଆସୁିଥିଲା, ଦିନ ଗୋଟାଏରେ ଏଠି ପହଁଚିବା କଥା, କିନ୍ତୁ ଏଭଳି ଦୁର୍ଘଟଣା ହୋଇଥିଲା । ତେବେ ଦୁର୍ଘଟଣାର କାରଣ ଏଯାଏ ଜଣାପଡିନଥିବା ବେଳେ ଦୀର୍ଘ ଦିନ ବିମାନ ସେବା ରାଉରକେଲାରେ ବନ୍ଦ ହେବା ପରେ ଆରମ୍ଭ ହୋଇଥିବା ସିଙ୍ଗିଲ ଇଞ୍ଜିନ ବିମାନ କେବେ ଦୁର୍ଘଟଣାଗ୍ରସ୍ତ ହେବନି ତ ବୋଲି ଯେଉଁ ଆଶଙ୍କା ଲୋକଙ୍କ ଭିତରେ ଥିଲା ତାହା ଆଜି ସତ ହୋଇଛି ଓ ଲୋକେ ସିଙ୍ଗିଲ ଇଞ୍ଜିନ ବିମାନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ତେବେ ଏହି ଦୁର୍ଘଟଣା ପରେ ବିମାନକୁ ପାଖରେ ଦେଖିନଥିବା ଲୋକେ ବିମାନ ଦେଖିବାକୁ ପ୍ରବଳ ଭିଡ କରିଥିଲେ। ଏନେଇ ପୁଲିସ ନାକେଦମ ହୋଇଥିଲା । ଘଟଣାକୁ ନେଇ ତଦନ୍ତ ଟିମ ସକ୍ରୀୟ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ