
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ଗତ ୫ତାରିଖ ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମବାୟ ସମିତି ଓ ମହିଳା ଗୋଷ୍ଠିରେ ଧାନମଣ୍ଡି ଖୋଲିଛି । ମାତ୍ର ଧାନ ସଂଗ୍ରହ ଆରମ୍ଭ ହୋଇ ନଥିବାରୁ ଚାଷୀମାନେ ଧାନ ବିକିବାକୁ ଅପେକ୍ଷା କରିଛନ୍ତି । ସମବାୟ ସମିତି ଓ ମହିଳା ଗୋଷ୍ଠି ସହ ରାଇସ ମିଲ ଟ୍ୟାଗ ହୋଇ ନଥିବାରୁ ଧାନ ସଂଗ୍ରହ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖୁବ ଶୀଘ୍ର ଯଦି ଧାନ ସଂଗ୍ରହ କରାନଯାଏ ତେବେ କେତକ ଚାଷିଙ୍କର ଟୋକନ ମିଆଦ ଶେଷ ହୋଇଯିବା ନିଶ୍ଚିତ ବୋଲି ଆଲୋଚନା ହେଉଛି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ପାଳିଆବିନ୍ଧା ପଂଚାୟତର ମିଶନ ଶକ୍ତି ଫେଡେରେସନ ପକ୍ଷରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସରପଂଚ ଯଶୋଦା ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ସମିତିସଭ୍ୟ ଜୀବନଜ୍ୟୋତି ପଲାଇ ଯୋଗଦେଇଥିଲେ । ଫେଡେରେସନ ସଭାନେତ୍ରୀ ମାମିନା କର, ସମ୍ପାଦିକା ପଦ୍ମିନୀ ବେହେରା, ଚାଷୀ କମିଟି ସଦସ୍ୟ ବିଶ୍ୱମ୍ବର ସାହୁ, ଅଭିମନ୍ୟୁ ମହାନ୍ତି, ଭକ୍ତରଞ୍ଜନ ମଲ୍ଲିକ, କ୍ଷୀରୋଦ ଶତପଥୀ, କ୍ଷୀରୋଦ ମହାପାତ୍ର,ଭାଗିରଥି ବୈୟାରୀ,ଚାଷୀ ଦୁଷ୍ମନ୍ତ ନାୟକ, ବିକାଶ ବେହେରା, ରାଜକିଶୋର ଶତପଥୀ, ନିଲୁ ରାଉତ,ମାନସ ରଞ୍ଜନ ବଳ, ରୁଣୁ ଦାସ,ସୁଦର୍ଶନ ନାୟକ,ଉତମ ରାଉତ ଉପସ୍ଥିତି ଥିଲେ। ଡିଇଓ ଶେଫାଳିନୀ ବିଶ୍ୱାଳ, ଏମବିକେ ଜୟଶ୍ରୀ ଜେନାଙ୍କ ସମେତ ୧୧ସିଆରର୍ପି ୨୨ ଜଣ ଇସି ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ତେବେ ମିଶନ ଶକ୍ତିରେ ମୋଟ ୩୬୯ ଚାଷୀ ପଞ୍ଜିକରଣ କରିଥିଲେ ମଧ୍ୟ ୩୦ପ୍ରତିଶତ ଚାଷୀଙ୍କର ଟୋକାନ ଆସିଥିବା ଜଣାଯାଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ