ପାଣିକୋଇଲି ମହୋତ୍ସବ ଉଦ୍‌ଯାପିତ,ଏକତା ସୂତ୍ରରେ ବାନ୍ଧିରଖେ ମହୋତ୍ସବ
କୋରେଇ, ୧୦ ଜାନୁଆରି (ହି.ସ.) - କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଠାରେ ପାଣିକୋଇଲି ମହୋତ୍ସବର -୨୦୨୬ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ୫ମ ଦିନରେ ଉଦ୍‌ଯାପିତ ହୋଇଛି । ମହୋତ୍ସବ କମିଟିର ସଭାପତି ରାକେଶ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ମହୋତ୍ସବ ଉଦଯାପନୀ ସଭାକୁ ମୁଖ୍ୟ ଅ
ପାଣିକୋଇଲି ମହୋତ୍ସବ ଉଦ୍‌ଯାପିତ,ଏକତା ସୂତ୍ରରେ ବାନ୍ଧିରଖେ ମହୋତ୍ସବ


କୋରେଇ, ୧୦ ଜାନୁଆରି (ହି.ସ.) - କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଠାରେ ପାଣିକୋଇଲି ମହୋତ୍ସବର -୨୦୨୬ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ୫ମ ଦିନରେ ଉଦ୍‌ଯାପିତ ହୋଇଛି । ମହୋତ୍ସବ କମିଟିର ସଭାପତି ରାକେଶ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ମହୋତ୍ସବ ଉଦଯାପନୀ ସଭାକୁ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା, ସ୍ୱତନ୍ତ୍ର ଅତିଥିଭାବେ କୋରେଇ ବିଧାୟକ ଆକଶ ଦାସନାୟକ ଯୋଗଦେଇ ମହୋତ୍ସବ କିପରି ଅଂଚଳବାସୀକୁ ଏକସୂତ୍ରରେ ବାନ୍ଧି ରଖେ ଥିଲେ ସେ ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ଯୁବନେତା ପ୍ରକାଶ ଧଳ, ପାଣିକୋଇଲି ଥାନାଧିକାରୀ ରଂଜିତ କୁମାର ମହାନ୍ତି, ଗୋଳେଇପୁର ସରପଂଚ ସସ୍ମୀତା ମାଝୀ, ବନ୍ଦାଳୋ ସରପଂଚ ବିଷ୍ଣୁ ଚରଣ ରଥ ପ୍ରମୁଖ ଯୋଗଦେଇଥିଲେ । ମହୋତ୍ସବ କମିଟି ପକ୍ଷରୁ ପ୍ରଫୁଲ୍ଲ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ତାରିଣୀ ପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ମାନଙ୍କୁ ପାଣିକୋଇଲି ବଜାରରୁ ଏକ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳକୁ ପାଛୋଟି ନିଆଯାଇଥିଲା । କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥି ସହିତ ମୀନାବଜାର, ଦୋଳି ପ୍ରଭୁତି ଦର୍ଶକଙ୍କୁ ବେଶ ମନୋରଂଜନ ଯୋଗାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପାଣିକୋଇଲି ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଥିଲା। କମିଟିର ସଦସ୍ୟ ପ୍ରୁଫୁଲ୍ଲ ବେହେରା, ପ୍ରଶାନ୍ତ ବିଶ୍ୱାଳ, ବିକାଶ ମଲ୍ଲିକ,ରାଜ କିଶୋର ମଳିକ,ଅବଦୁଲ ସୟଦ ଖାଁ, ରବିନ ଘଡ଼ାଇ,ସୁଶାନ୍ତ ମଲିକ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande