
ପଟ୍ଟାମୁଣ୍ଡାଇ, ୧୦ ଜାନୁଆରୀ (ହି.ସ.)- ପିଏମ୍ ଶ୍ରୀମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ଆମ କେନ୍ଦ୍ରାପଡା ଜିଲ୍ଲାର ଏକ ଖ୍ୟାତି ସମ୍ପର୍ଣ୍ଣ ତଥା ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଅଟେ। ଏହି ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ, ଗାଇଡ଼, ଜୁନିଅର ରେଡ଼କ୍ରସ ଓ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟଙ୍କର ତତ୍ୱାବଧାନରେ ଏନ.ସି.ସି. ଶିକ୍ଷକ ସରୋଜ କୁମାର ସ୍ୱାଇଁ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ବିଦ୍ୟାଳୟ ର ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜିକା ଅନିତା ଧଳ, ସ୍କାଉଟ ମାଷ୍ଟର ଅନିଲ ଦାସ, ଗାଇଡ଼ କାପଟେନ ରଶ୍ମିତା ତରାଇ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହାୟତାରେ ୫୦୦ ପିଲା ବିଶିଷ୍ଟ ଏକ ବଡ଼ ରାଲି ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ପଟ୍ଟାମୁଣ୍ଡାଇ ଡାକ ବଙ୍ଗଳା ଛକ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ସମସ୍ତ ଏନସିସି କାଡେଟ୍ସ, ସ୍କାଉଟ ଓ ଗାଇଡ଼ ର ପିଲାମାନେ ରହି ଲୋକ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ। ଯେଉଁମାନେ ଗାଡି ଚାଳନା ବେଳେ ହେଲମେଟ ପିନ୍ଧିଥିଲେ ଓ ସିଟ ବେଲ୍ଟ ଲଗାଇଥିଲେ ସେମାନଙ୍କୁ ଗୋଲାପ ଫୁଲ ଉପହାର ଦେଇଥିଲେ। ଯେଉଁମାନେ ଅସଚେତନ ହୋଇ ହେଲମେଟ ବ୍ୟବହାର କରୁନଥିଲେ ସେମାନଙ୍କୁ ଜୀବନର ମୂଲ୍ୟ ବୁଝାଇ ହେଲମେଟ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ସେହି ବାଇପାସ ରୋଡ ଠାରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ଏହି ସଭାରେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଦୁର୍ଘଟଣାର କାରଣ ଓ ଏଥିରୁ କିପରି ରକ୍ଷା ପାଇ ପାରିବା ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ଏନସିସି ଶିକ୍ଷକ ଦୁର୍ଘଟଣାର ଏକ ନୂତନ କାରଣ ପଥ ସମ୍ମୋହନ କ'ଣ ଏହା କିପରି ଦୁର୍ଘଟଣାର କାରଣ ହୋଇପାରେ ସେ ସମାର୍କରେ ମତ ରଖିଥିଲେ। ବିଦ୍ୟାଳୟର ଗଣିତ ଶିକ୍ଷକ ତାପସ କୁମାର ବେହେରା କିପରି ଟେକ୍ନୋଲୋଜି ବ୍ୟବହାର କରି ଦୁର୍ଘଟଣାକୁ ରୋକି ହେବ ନିଜ ମତ ରଖିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନିତା ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ପଥିକମାନେ ପିଲାମାନଙ୍କର ଏହି ନିଆରା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତଥା ସୁଜୟ କୁମାର ରାଉତରାୟ, ଶ୍ରୀମତୀ ଗୋମତି ସ୍ଵାଇଁ, ଜ୍ୟୋତି ଲଷ୍ମୀ ବେହେରା, ମାନସୀ ମହାନ୍ତି, ଶୈଳବାଳା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ତପସ୍ୱିନୀ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ସ୍ମିତାପ୍ରଜ୍ଞା ରାଉତ, ବିନୋଦ ବିହାରୀ ନାଥ , ଅବିନାଶ ନାୟକ, ଶିବସଙ୍କର ବାରିକ, ବ୍ରଜ କିଶୋର ମାଝି, ହରିହର ବାରିକ ପ୍ରମୁଖ ସହାୟତା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ