
ଭଦ୍ରକ, ୯ ଜାନୁଆରୀ (ହି.ସ.) - ମାନବସମାଜରେ ସମସ୍ତଙ୍କର ବ୍ୟକ୍ତିଗତ ଅଧିକାର ରହିଛି । ଅଧିକାର ସମ୍ପର୍କୀୟ ବିଧିବ୍ୟବସ୍ଥା ସହ ଆମର ପରିଚୟ ପ୍ରାୟତଃ ସୀମିତ। ସାଧାରଣ ସଂଜ୍ଞାନୁଯାୟୀ ମାନବ ଅଧୁକାରର ଅର୍ଥ ସେହି ଅଧିକାର ଯାହା ପ୍ରତ୍ୟେକ ବ୍ୟକ୍ତି ଉପଭୋଗ କରନ୍ତି ଓ ପ୍ରତ୍ୟେକଙ୍କ ପାଇଁ ଯାହା ସୁରକ୍ଷିତ ରହେ ତେଣୁ କେହି ନିଜ ର ଅଧିକାର କ୍ଷୁର୍ଣ ହେବାକୁ ଦିଅ ନାହିଁ ବୋଲି ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମଂଚ ରେ ଗତକାଲି ଭଦ୍ରକ ସାଂସ୍କୃତିକ ମହୋତ୍ସବ ର ଅଷ୍ଟମ ସନ୍ଧ୍ୟାରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ମହୋତ୍ସବ କମିଟିର ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଜାତା ଜେନା,ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ମୁଖ୍ୟବକ୍ତା ଭାବେ ମାନବଧିକାର ର ରାଜ୍ୟ ଉପସଭାପତି କ୍ଷତିଶ ସାମନ୍ତ, ସମ୍ମାନୀତ ଅତିଥି ଭାବେ ପ୍ରଭାସ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସଂଗଠନ ସମ୍ପାଦକ ଜଗବନ୍ଧୁ ବେହେରା ମଂଚ ଆମନ୍ତ୍ରଣ କରିଥିଲେ । ଉପସଭାପତି ମନୋରମା ରାୟ, ଉପଦେଷ୍ଟା ଅଞ୍ଜନା ମିଶ୍ର, ଶାନ୍ତିଲତା ବାରିକ, ତେଜସ୍ୱିନୀ ଦାସ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି, ରୋଜାଲିନ ରାଉତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ଉପଦେଷ୍ଟା ଅତିସ ବେହେରା,ପାର୍ଥ ସାରଥୀ ନାୟକ, ତପନ ସ୍ୱାଇଁ,ସ୍ମୃତି ରଞ୍ଜନ ସାହୁ, ଡ଼.ହରିହର ନାୟକ,ଉମା କଲ୍ୟାଣ ମହାପାତ୍ର, ପ୍ରଭାତ କୁମାର ଦାଶ,ଶିବାନନ୍ଦ ଦାସ, ଅବିନାଶ ପଣ୍ଡା, ରାଜେଶ ଦାସ,ଅଜୟ ପଣ୍ଡା, ଶୁଭଦ୍ୱୀପ ମଲ୍ଲିକ, ରମେଶ ଚନ୍ଦ୍ର ପାଗଳ, ରଶ୍ମି ରଞ୍ଜନ ସାହୁ,ବାପି ଦାସ, ଜଗନ୍ନାଥ ବେହେରା,ଜୟ ଜଗନ୍ନାଥ ମଲ୍ଲିକ,ସୀତାକାନ୍ତ ବିଶ୍ୱାଳ ,କମଳଲୋଚନ ପଣ୍ଡା , ଜି ଶିବ ଶଙ୍କର, ସୁବ୍ରତ ଦୀକ୍ଷିତ, ଶାନ୍ତନୁ ଦଳେଇ ପ୍ରମୁଖ୍ କର୍ତା କର୍ତା ମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ସନ୍ଧ୍ୟାରେ ଏମ.ଏମ ଡ୍ୟାନ୍ସ ଗ୍ରୁପ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କଣ୍ଠ ଶିଳ୍ପୀ କୌଶିକ ଶତପଥି, ମଞ୍ଜୁ ଶ୍ରୀ ଙ୍କ ସଂଗୀତ ଓ ମେଲୋଡି ଦର୍ଶକ ଙ୍କ ମନକୁ ଛୁଇଥିଲା । ଏହି ଅବସରରେ କୁନି କଣ୍ଠ ଶିଳ୍ପୀ ବୈଷ୍ଣବୀ ଦିବିୟାଂଶି ବୋଇତି, ସମାଜ ସେବୀଜିତେନ୍ଦ୍ର ସାହୁ, ବିକାଶ ଧଳ, କବି ବିପ୍ଳବ ହୋତା,ଚିତ ରଞ୍ଜନ ପୋଥାଳ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ