ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
ସମ୍ବଲପୁର, ୧୦, ଜାନୁଆରୀ (ହି.ସ.) - ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ପହଂଚି ସମ୍ବଲପୁର ଜିଲ୍ଲା ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ ସେଥିରୁ ୫୭ କୋଟିରୁ ଉର୍ଦ୍ଧ୍ୱ ମୂ
ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ  ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ


ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ  ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ


ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ  ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ


ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ  ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ


ସମ୍ବଲପୁର, ୧୦, ଜାନୁଆରୀ (ହି.ସ.) - ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ପହଂଚି ସମ୍ବଲପୁର ଜିଲ୍ଲା ପାଇଁ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ ସେଥିରୁ ୫୭ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୧୪ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଥିବାବେଳେ ୮୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରକାଶ ଥାଉକି ଏହି ସମସ୍ତ ଉନ୍ନତିମୂଳକ ପ୍ରକଳ୍ପ ମଧ୍ୟରେ ସଡକ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତିଭୂମି, ଗୋଦାମ ଗୃହ, ଅଟଳ ବସ୍‌ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଭଳି ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ସାମିଲ ରହିଛି ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଅଭିଭାଷଣରେ ସମ୍ବଲପୁରର ବିକାଶଧାରାକୁ ଲୋକଙ୍କ ସରକାର ପ୍ରତିଶୃତିବଦ୍ଧ ବୋଲି କହିବା ସହିତ ସମ୍ବଲପୁର ବିକାଶକୁ ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ ବୋଲି କହିଥିଲେ। ସମ୍ବଲପୁର ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ସମ୍ବଲପୁର ଜିଲ୍ଲାରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ ସମ୍ବଲପୁର ସହର ତ ଏମିତି ଭାବେ ଓଡ଼ିଶାର ଏକ ସୁନ୍ଦର ସହର । ଆଗାମୀ ଦିନରେ ଏ ସବୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସହରର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା ଦର୍ଶନୀୟ ସ୍ଥାନ ଭାବେ ମା ସମଳେଇଙ୍କ ମନ୍ଦିରର ବିକାଶ ପାଇଁ , ୩୧୬ କୋଟି ଟଙ୍କା ବିନିଯୋଗ ସହିତ ରିଭର ଫ୍ରଟ ଡେଭଲପମେଂଟ କାମ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଥମ ପର୍ଯ୍ୟୟରେ ମନ୍ଦିର ଚତୁପାର୍ଶ୍ୱର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ସହିତ ରିଭର ଫ୍ରଟ ଡେଭଲପମେଂଟ ରହିଛି। ଦ୍ୱିତୀୟ ପର୍ଯ୍ୟୟରେ ଭକ୍ତ ନିବାସ, ଲେକ୍ ଜୋନ୍‌, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ବିକଶିତ କରାଯିବ। ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ କେବଳ ମହାନଦୀ ତଟ ସୌନ୍ଦର୍ଯ୍ୟ କରଣ ବା ମହାନଦୀ ରିଭର ଫ୍ରଟ ଡେଭଲ୍‌ପମେଂଟ ଯୋଜନାରେ ୧୬୦ କୋଟି ଟଙ୍କା ବିନିଯୋଗରେ ମହାନଦୀ କୂଳର ମନ୍ଦ୍‌ଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ବିକାଶ କାମ ହାତକୁ ନିଆଯାଇଛି । ଏଥିରେ ପାର୍କ, ଜିମ୍‌, ସେଲ୍‌ଫି ପଏଂଟ, ସ୍ନାନ ଘାଟ, ଆରତୀ ଘାଟ, ସପିଙ୍ଗ୍ କମ୍ପେ୍ଲକ୍ସ, ଶୌଚାଳୟ ଓ ପାର୍କିଂ ଆଦିର ବିକାଶ କରାଯିବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପରିପ୍ରେକ୍ଷୀରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିଳ୍ପାୟନ ଓଡିଶାର କିଛି ହାତଗଣତି ଶିଳ୍ପାଂଚଳରେ ପ୍ରତିଷ୍ଠିତ ହେଉଥିଲା । ଆଜି ବି ଓଡିଶାର ଅଧିକାଂଶ ଜିଲ୍ଲାରେ କୌଣସି ଶିଳ୍ପ କିମ୍ବା ବୃହତ୍ ଉଦ୍ୟୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ ସମସ୍ତ ୩୦ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅଂଟା ଭିଡିଛନ୍ତି । ଆଗାମୀ ଦିନରେ ଓଡିଶାରେ ନିବେଶ ହେବାକୁ ଯାଉଥିବା ଅନ୍ୟୁନ୍ୟ ୧୮ ଲକ୍ଷ କୋଟି ଟଙ୍କା ରାଜ୍ୟର ସମସ୍ତ ଜିଲ୍ଲାକୁ କରିବ ଶିଳ୍ପାୟନ। ଗତ ଦେଢ ବର୍ଷରେ ଓଡ଼ିଶାରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବିକାଶ ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମି, ଗମନାଗମନ ଇତ୍ୟାଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆମ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଶାସନ ବ୍ୟବସ୍ଥାରେ ପରିବର୍ତନ ଆସିଛି ଏବଂ ଯାହା ଲୋକଙ୍କ ପାଇଁ ହିତ ଆମ ସରକାର ତାହାହିଁ କରୁଛନ୍ତି । ସମ୍ବଲପୁରରେ ଜନ ଅଭିଯୋଗ ଶୁଣାଣୀ ଏବଂ ଏହାର ତ୍ୱରିତ ପଦକ୍ଷେପ ଆମକୁ ଜନତାଙ୍କ ଆହୁରି ନିକଟତର କରି ଦେଉଛି। ଆମର ଶାସନ କେବଳ ଭୁବନେଶ୍ୱରରୁ ଅଫିସର ଏସି ରୁମ୍ ରୁ ପରିଚାଳିତ ହୁଏ ନାହିଁ । ସରକାରଙ୍କ ନୀତି ନିୟମରେ ଯଦି କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ, ତାକୁ ଆମେ ନିଜ ସମ୍ମାନର ମିଛ ଆସ୍ଫାଳନର ଦ୍ୱାହିଦେଇ ବିଚାରକୁ ନ ନେବାର ଜିଦ୍ ରେ ଅଟଳ ନ ରହି ସେଥିରେ ଆବଶ୍ୟକୀୟ ସଂଶୋଧନ କରି ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରି ଆସୁଛୁ । କାରଣ, ସୁଶାସନର ମୂଳମନ୍ତ୍ର ହେଉଛି ‘ଲୋକ’ ବୋଲି ସେ କହିଥିଲେ ।

ପରିଶେଷରେ ସମୃଦ୍ଧ ଓଡ଼ିଶା ସୃଷ୍ଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତିଭୂମି ଆଦି ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସମାଜର ଶେଷ ଧାଡ଼ିରେ ରହୁଥିବା ଭାଇଭଉଣୀ ମାନଙ୍କୁ ଯେପରି ସବୁ ପ୍ରକାର ମୌଳିକ ସୁବିଧା ଉପଲବ୍‌ଧ ହେବ, ସେ ଦିଗରେ ମଧ୍ୟ ଆମର ଉଦ୍ୟମ ରହିଛି ବୋଲି ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସମ୍ବଲପୁରକୁ ପ୍ରଗତି ପଥରେ ଓ ବିକଶିତ ସମ୍ବଲପୁର କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ଓ ତାହାର ଫଳାଫଳ ପ୍ରତିଟି ଜନତାଙ୍କ ମୁହଁରେ ଆଜି ପରିଲକ୍ଷିତ ହୋଇପାରିଛି ବୋଲି କହିଥିଲେ। ସେହିପରି ରାଜ୍ୟ ପଂଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଉଦବୋଧନ ଦେଇ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଡବଲ ବିକାଶର ପ୍ରତିଶୃତି ପୂରଣ କରୁଛି ଏବଂ କେବଳ ପ୍ରତ୍ୟେକ ଜିଲ୍ଲାକୁ ନୁହେଁ ଗାଁକୁ ବିକଶିତ କରିବା ପାଇଁ ଆମ ସରକାରଙ୍କ ଉଦ୍ୟମ ଜାରି ରହିଛି।

ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ଆରଡିସି ରାମଚନ୍ଦ୍ର ଯାଦବ, ପୋଲିସ ଆଇଜି ହିମାଂଶୁ ଲାଲ, ମଂଚାସୀନ ଥିବା ବେଳେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସ୍ୱାଗତ ଭାଷଣ ଦେଇଥିଲେ ଓ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କମିଶନର ରେହାନ ଖତ୍ରୀ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଆସନ୍ତା କାଲି ଜିଲ୍ଲାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ହୋଇଥିବା ଟ୍ରମା କେୟା,ର୍ ଓପିଡି ବିଲ୍ଡିଙ୍ଗ ଏବଂ ସିଏସ୍‌ଏସଡି ବିଲଡିଙ୍ଗ୍‌ର ଶୁଭ ଉଦ୍‌ଘାଟନ ଏବଂ ସମ୍ବଲପୁର ସହର ପାଇଁ ୨୪ ଘଂଟିଆ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande