ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ
ଜୟପୁର, ୧୦ ଜାନୁଆରୀ (ହି.ସ.)- ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରଭାତୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଜୟପୁର ପୌରପାଳିକା ଅଧ୍ୟକ୍ଷ ନରେନ୍ଦ
ପି ଏମ ଶ୍ରୀ ଉତ୍ସବ ପାଳିତ


ଜୟପୁର, ୧୦ ଜାନୁଆରୀ (ହି.ସ.)- ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରଭାତୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଜୟପୁର ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଜୟପୁର ପୌରପାଳକା ଉପାଧ୍ୟକ୍ଷା ଶ୍ରୀମତୀ ବି. ସୁନିତା, ସି ଆର ସି ସି କୁମ୍ଭାର ସାହି ସଂଯୁକ୍ତା ରାଉତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଯାଇଛନ୍ତି। ଏହି ଅବସରରେ ପ୍ରଥମେ ଅତିଥି ଗଣ ପାଭିଲିଆନକୁ ପ୍ରଦର୍ଶନ କରିଥିଲେ । ପାଭିଲିଆନ ଗୁଡିକ ହେଲା ମୋ ସ୍ୱପ୍ନର ଓଡ଼ିଶା ୨୦୩୬, ଦ୍ଵିତୀୟ ପାଭିଲିଆନ କୁଶଳୀ, ଜିଜ୍ଞାସା, କ୍ରୀଡାଙ୍ଗନା, ସାହିତ୍ୟ ସୃଜନୀ , ତୃତୀୟରେ ଥିଲା ବେପାର ବଣିଜ । ପିଲାଙ୍କର ସୃଜନାତ୍ମକ କୌଶଳ ଦେଖି, ବେପାର କରିବାର କୌଶଳ ଦେଖି ଅତିଥି ଅତ୍ୟନ୍ତ ଖୁସି ହୋଇଥିଲେ ଅତିଥି ଏବଂ କହିଥିଲେ ପିଲାମାନଙ୍କର ଏହିଭଳି ସୃଜନାତ୍ମକ ବିକାଶ ନିଶ୍ଚିତଭାବେ ସ୍ୱପ୍ନର ଓଡ଼ିଶା ୨୦୩୬ ଗଠନ କରିପାରିବ l

କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ କୋରାପୁଟ ଉପ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅର୍ପିତା ପ୍ରଧାନ, ସମ୍ମାନୀତ ଅତିଥି ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପଚାନ୍ଦ ସୋରେନ, ପୁରାତନ ଛାତ୍ର କମିଟିର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନରେଶ ଷଡ଼ଙ୍ଗୀ । ପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା, ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା। ଏହାସହିତ ଆମ ଭାରତର ବିଭିନ୍ନ ରାଜ୍ୟର ପୋଷାକ ପରିଧାନ କରି ନିଜର ପରିଚୟ ଦେଇଥିଲେ ଛାତ୍ରଛାତ୍ରୀ । ଏବଂ ଅତିଥିଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ଚୟନ ହୋଇଥିଲେ। ସେମାନେ ହେଲେ ହରପ୍ରିୟା ସାହୁ, ଏମ ସାଇ ସୁମଲିକା, ଖିରସିନ୍ଧୁ ସାହୁ, ମୋହନ ନାୟକ, ଅଙ୍କିତା ଡାକୁଆ, ଏମ ସାଇ ପ୍ରିୟା।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରି ସୁବର୍ଣ୍ଣ ଖିଲ, କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶିକ୍ଷକ ବିଶ୍ବରଂଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande