ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ
ଧର୍ମଶାଳା, ୧୦ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ପଂଚାୟତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରିହର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା
ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ


ଧର୍ମଶାଳା, ୧୦ ଜାନୁଆରୀ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ପଂଚାୟତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରିହର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ସଭାପତି ଡ଼ା. ରୁଦ୍ରନାରାୟଣ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାର ଉପକାରିତା ଉପରେ ଆଲୋକପାତ କରିଥିଲେ । ବିକ୍ରମାଦିତ୍ୟ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼କ୍ଟର ପୁରୁଷୋତମ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ଡ଼କ୍ଟର ଅଜୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ମଣ୍ଡଳ ଅତିତିକ୍ତ ଶିକ୍ଷାଧିକାରୀ ମମିତା ମହାନ୍ତି ଓଷ୍ଟା ଜିଲ୍ଲା ସଂପାଦକ ପବିତ୍ର କୁମାର ପଣ୍ଡା, ଡ଼କ୍ଟର ବିଶ୍ୱଜିତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯଶୋବନ୍ତ ଲେଙ୍କା,ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଦାଶ, ଥାନା ଏସଆଇ କୈଳାସ ଚନ୍ଦ୍ର ଭଦ୍ର ଓ ସାମ୍ୱାଦିକ ଅଖିଳ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିକ୍ଷା ଓ କ୍ରୀଡ଼ା ଉଭୟ ଜୀବନରେ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ସୟଦା ଅମ୍ବାରିନ କ୍ୱାଦ୍ରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଡ଼କ୍ଟର ବିଶ୍ୱଜିତ ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି ଓ ଡ଼କ୍ଟର ପୁରୁଷୋତମ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଛାତ୍ର ସୂର୍ଯ୍ୟସେନ ଦାସ ମହାପାତ୍ର ଓ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande