ଓସାଟ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା
ମାଲକାନଗିରି, ୧୦ ଜାନୁଆରୀ (ହି.ସ.)- ଓଡ଼ିଶା ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଏବଂ ସ୍ବଚ୍ଛତା ସମିତି(ଓସାଟ) ତରଫରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ (ଏମଓ ଏସ ଜେ ଇ )ବିଭାଗର ଆଦର୍ଶ ଗ୍ରାମ, ଆନ୍ତଃଜାତି ବିବାହ, ବୃଦ୍ଧାଶ୍ରମ, ଆଟ୍ରୋସିଟି କେଶ, ଛାତ୍ରବୃତ୍ତି ପାଇଥିବା ପିଲାମାନ
ଓ ସା ଟ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା


ଓ ସା ଟ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା


ମାଲକାନଗିରି, ୧୦ ଜାନୁଆରୀ (ହି.ସ.)-

ଓଡ଼ିଶା ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଏବଂ ସ୍ବଚ୍ଛତା ସମିତି(ଓସାଟ) ତରଫରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ (ଏମଓ ଏସ ଜେ ଇ )ବିଭାଗର ଆଦର୍ଶ ଗ୍ରାମ, ଆନ୍ତଃଜାତି ବିବାହ, ବୃଦ୍ଧାଶ୍ରମ, ଆଟ୍ରୋସିଟି କେଶ, ଛାତ୍ରବୃତ୍ତି ପାଇଥିବା ପିଲାମାନଙ୍କର ଆବାସିକ ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅଂଶଗ୍ରହଣ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କ୍ଷେତ୍ର ପର୍ଯ୍ୟବେକ୍ଷଣ, ଆର୍ଥିକ/ସରକାରୀ ସ୍ତରରେ ଥିବା ରେକର୍ଡ ଯାଞ୍ଚ କରିବା ଏବଂ ଫରକ ଥିବା ଦସ୍ତାବିଜ ଗୁଡିକୁ ରିପୋର୍ଟ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା |

କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ବୃଦ୍ଧି କରିବା।ପ୍ରଶାସନରେ ସାମିଲ କରି ନାଗରିକମାନଙ୍କୁ ସଶକ୍ତ କରିବା। ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଏବଂ ସବୁଠାରୁ ଦୁର୍ବଳ ଲୋକଙ୍କ ପାଖରେ ଲାଭ ପହଞ୍ଚିବା ନିଶ୍ଚିତ କରି କାର୍ଯ୍ୟକ୍ରମ ବିତରଣକୁ ଉନ୍ନତ କରିବା। କଲ୍ୟାଣକାରୀ ଯୋଜନା ଯଥା ସ୍କଲାରସିପ୍, ପେନସନ୍, ଆଟ୍ରୋସିଟି କେଶ, ଆନ୍ତଃଜାତି ବିବାହ, ବୃଦ୍ଧାଶ୍ରମର ବ୍ୟକ୍ତି ବିଶେଷ ଇତ୍ୟାଦି ଉଦ୍ଦିଷ୍ଟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଯାଞ୍ଚ କରିବା, କ୍ଷେତ୍ର ସ୍ତରର ବାସ୍ତବତାକୁ ସରକାରୀ ତଥ୍ୟ ସହିତ ତୁଳନା କରିବା ଇତ୍ୟାଦି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା |

ଏହି କାର୍ଯକ୍ରମରେ ଓସାଟରୁ ଜିଲ୍ଲା ସାମାଜିକ ସମିକ୍ଷକ ପୁରୀରୁ ରାଜକିଶୋର ପରିଡ଼l, ମାଲକାନଗିରିର ଅନିଲ କୁମାର ମହାରଣା, କାଲିମେଳା ବ୍ଲକରୁ ଟି. ମୁରଲୀ କ୍ରିଷ୍ଣା ଏବଂ ତାଙ୍କ ଟିମ, ନବରଙ୍ଗପୁର ଜିଲ୍ଲାରୁ ଆଦିତ୍ୟ କୁମାର ଭୂୟାଁ ବ୍ଲକ ସାମାଜିକ ସମିକ୍ଷକ ଏବଂ ତାଙ୍କ ଟିମ ଏବଂ କୋରାପୁଟ ଜିଲ୍ଲାରୁ ସୁଶାନ୍ତ ଖିଲ ଆସି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ଭେଟି ସୋସିଆଲ ଅଡିଟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande