ନିଖିଳ ଉତ୍କଳ ଦଲିଲ ଲେଖକ ମୋହରିର ମହାସଂଘର ରାଜ୍ଯସ୍ତରୀୟ ବୈଠକ
ପୁରୀ, ୧୦ ଜାନୁଆରୀ (ହି.ସ.)- ନିଖିଳ ଉତ୍କଳ ଦଲିଲ ଲେଖକ ମୋହରିର ମହାସଂଘର ରାଜ୍ୟସ୍ତରୀୟ ବୈଠକ ଟାଉନହଲ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ବିଭିନ୍ନ ଦାବି ଓ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ଦାବିଗୁଡିକ ମଧ୍ୟରେ ଦଲିଲ ଲେଖକ ମାନଙ୍କ ପାଇଁ ୱେଲଫେୟାର ଫଣ୍ଡ ଖୋଲ
ନିଖିଳ ଉତ୍କଳ ଦଲିଲ ଲେଖକ ମୋହରିର ମହାସଂଘର ରାଜ୍ଯସ୍ତରୀୟ ବୈଠକ


ପୁରୀ, ୧୦ ଜାନୁଆରୀ (ହି.ସ.)- ନିଖିଳ ଉତ୍କଳ ଦଲିଲ ଲେଖକ ମୋହରିର ମହାସଂଘର ରାଜ୍ୟସ୍ତରୀୟ ବୈଠକ ଟାଉନହଲ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ବିଭିନ୍ନ ଦାବି ଓ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ଦାବିଗୁଡିକ ମଧ୍ୟରେ ଦଲିଲ ଲେଖକ ମାନଙ୍କ ପାଇଁ ୱେଲଫେୟାର ଫଣ୍ଡ ଖୋଲାଯାଉ, ୬୦ ବର୍ଷରୁ ଊର୍ଦ୍ଧ୍ବ ଦଲିଲ ଲେଖକ ଓ ମୋହରିର ମାନଙ୍କୁ ପେନସନ ଦିଆଯାଉ, ସ୍ବାସ୍ଥ୍ୟକାର୍ଡର ସୁବିଧା ଯୋଗାଇ ଦିଆଯାଉ । ଅନଲାଇନ ରେଜିଷ୍ଟ୍ରେସନ କରାଗଲେ ରାଜ୍ୟର ୧୦ ହଜାରୁ ଊର୍ଦ୍ଧ୍ବ ଦଲିଲ ଲେଖକ ଓ ମୋହରିର ପରିବାର କ୍ଷତିଗ୍ରସ୍ତ ହେବେ । ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ରାଜ୍ଯ ସଭାପତି ବଂଶୀଧର ବେହେରା, ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ପତ୍ର ମାଧ୍ୟମରେ ଜଣାଇଛନ୍ତି । ୧୯୦୮ ମସିହାରୁ ଦଲିଲ ଲେଖକ ଓ ମୋହରିର ମାନେ କାର୍ଯ୍ୟକରି ଆସୁଛନ୍ତି । ଷ୍ଟାମ୍ପ ପେପର ଓ ଫିସ ବାବଦ ରାଜସ୍ବ ରାଜ୍ୟ ସରକାରଙ୍କୁ ଦଲିଲ ଲେଖକ ଜରିଆରେ ସହଯୋଗ ଦିଆଯାଉଛି ।

ବୈଠକରେ ସଭାପତି ସମ୍ପାଦକଙ୍କ ସମେତ ଉପଦେଷ୍ଟା ଭକ୍ତ ଚରଣ ପଣ୍ଡା ଓ ଗୋପବନ୍ଧୁ ଦାଶ, ଉପସଭାପତି ଉମାକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ଦାଶ, ମହେନ୍ଦ୍ର କୁମାର ବଳ, ପ୍ରୋମଦ ଚରଣ ପଣ୍ଡା, ପଞ୍ଚାନନ ମହାପାତ୍ର, କୋଷାଧ୍ୟକ୍ଷ ସଞ୍ଜୟ କୁମାର ନାୟକ ଓ ଗଣମାଧ୍ୟମ ସମ୍ପାଦକ ନରହରି ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande