ଚାଉଳ ଚୋରୀ ଅଭିଯୋଗରେ ୩ ଗିରଫ ଓ କୋର୍ଟଚାଲାଣ
ନୂଆପଡ଼ା,୧୦ ଜାନୁଆରୀ (ହି.ସ.)- ଛତିଶଗଡ଼ ରାୟପୁରର ଟ୍ରାନ୍ସପୋର୍ଟର ଗୋବିନ୍ଦ ପ୍ରସାଦ ଜିନ୍ଦଲଙ୍କ ଲିଖିତ ଅଭିଯୋଗ ଉପରେ ଖଡ଼ିଆଳ ପୋଲିସ ଚାଉଳ ଚୋରୀ ଘଟଣାର ତଦନ୍ତ କରିଥିଲେ । ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଅଭିଯୋଗ ଅନୁସାରେ, ୨୦୨୫ ଡିସେମ୍ବର ୩୧ରେ ଗୋବିନ୍ଦ ପ୍ରସାଦ
3 person arrest


ନୂଆପଡ଼ା,୧୦ ଜାନୁଆରୀ (ହି.ସ.)- ଛତିଶଗଡ଼ ରାୟପୁରର ଟ୍ରାନ୍ସପୋର୍ଟର ଗୋବିନ୍ଦ ପ୍ରସାଦ ଜିନ୍ଦଲଙ୍କ ଲିଖିତ ଅଭିଯୋଗ ଉପରେ ଖଡ଼ିଆଳ ପୋଲିସ ଚାଉଳ ଚୋରୀ ଘଟଣାର ତଦନ୍ତ କରିଥିଲେ । ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଅଭିଯୋଗ ଅନୁସାରେ, ୨୦୨୫ ଡିସେମ୍ବର ୩୧ରେ ଗୋବିନ୍ଦ ପ୍ରସାଦ ଜିନ୍ଦଲଙ୍କ ଡ୍ରାଇଭର ବିଶାଖାପଟନମକୁ ବିଗ ବସ ବ୍ରାଣ୍ଡର ୭୦୦ ପ୍ୟାକେଟ ଚାଉଳ ନେଇକି ଯାଉଥିଲେ। ହେଲେ ଖଡ଼ିଆଳ ନିକଟରେ ୨୮୨ ପ୍ୟାକେଟ ଚାଉଳ ଚୋରି ହୋଇଯାଇଥିଲା । ତାଙ୍କ ଅଭିଯୋଗ ଉପରେ ଖଡ଼ିଆଳ ଥାନା ପୋଲିସ ତଦନ୍ତ କରି ଖଡ଼ିଆଳ ଅଞ୍ଚଳର ତିନି ଜଣ ଅଭିଯୁକ୍ତଙ୍କୁ ଧରିଥିଲେ । ଅଭିଯୁକ୍ତମାନଙ୍କ ପାଖରୁ ୨୪୦ ପ୍ୟାକେଟ ଚାଉଳ ଓ ୫୪ ହଜାର ୫୦୦ ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ମାନେ ହେଲେ ଚିତ୍ତଦେବ ବେହେରା, ଝଲେନ୍ଦ୍ର ଚଲାନ, ଲୈବାନିଧି ଚଲାନ। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande