




ବଲାଙ୍ଗିର, ୧୦ ଜାନୁଆରୀ (ହି.ସ.)- ଗତ ଜାନୁୟାରୀ ୪ ତାରିଖରୁ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ତୁଳସୀ ନଗର ତୁଳସୀ ନିବାସରେ ରାଧାକୃଷ୍ଣ ଭାଗବତ ମନ୍ଦୀର ସଭ୍ୟ ମାନଙ୍କ ସକ୍ରିୟ ସହାୟତାରେ ନବ ଦିନ ବ୍ୟାପି ରାମାୟଣ ପାରାୟଣ ଅନୁଷ୍ଠିତ ହେଉଛି। ବ୍ୟାସ ରୁପରେ ବଲାଙ୍ଗୀର କବାଟ ପଡ଼ା ର ନିରଞ୍ଜନ ମହାପାତ୍ର ଯୋଗଦେଇ କଥା ବ୍ୟାଖ୍ୟା କରି ଶ୍ରୀ ରାମଙ୍କ ଚରିତ୍ର ଓ କଥା ବୁଝାଇ ଛନ୍ତି। ଏଠାରେ ସୀତା ରାମଙ୍କ ଅର୍ଚ୍ଚନା ବନ୍ଦନ ଭଜନ କୀର୍ତ୍ତନ ଅନୁଷ୍ଠିତ ହେଉଛି।
ଶ୍ରୀମତୀ ବୀଣାପାଣି ତ୍ରିପାଠୀ ଓ ସ୍ଵାମୀ ବିପିନ ବିହାରୀ ତ୍ରିପାଠୀ ମୁଖ୍ୟ ଭବାରେ ଅନୁଷ୍ଠାନ କରୁଥିବା ବେଳେ କର୍ତ୍ତା ରୂପରେ ଶ୍ରୀମତୀ ସୁନୀତା ତ୍ରିପାଠୀ ଓ ସ୍ଵାମୀ ଶ୍ରୀକୁମାର ତ୍ରିପାଠୀ ନବଦିନ ବ୍ୟାପି କର୍ତ୍ତା ହୋଇ ଅନୁଷ୍ଠାନ କରୁଛନ୍ତି। ପଡ଼ା ବାସି ଶ୍ରୀ ରାମ ରସ ପିପାସୁ ଭକ୍ତ ମହିଳା ପୁରୁଷ ସମେତ ସହର ବିଭିନ୍ନ ଅଞ୍ଚଳ ର ଭକ୍ତ ମାନେ ପ୍ରତିଦିନ ପାରାୟଣ ରେ ଭାଗ ନେଉଛନ୍ତି। ୧୨ ତାରିଖ ଅପରାହ୍ନ ୪ଟାରେ ପୂର୍ଣ୍ଣାହୁତି ହେବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ