
ଜୟପୁର, ୧୦ ଜାନୁଆରି (ହି.ସ.) - ବିକ୍ରମଦେବ ବିଶ୍ୱବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି। ଦୌଡ ସହ ସଟଫୁଟ, ଜାଭଲିନ, ଲମ୍ବଡିଆଁ,ଏବଂ ଡିସକସ ଥ୍ରୋ ପ୍ରତିଯୋଗିତା ହୋଇଛି। ୧୦ ତାରିଖ ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ଆଜି ସକାଳେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ସହ କ୍ୟାଡେଟ ମାନେ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ସ୍ଥାନୀୟ ଭଗବତୀ ମନ୍ଦିରକୁ ଯଇଥିଲେ। ପୂଜାର୍ଚ୍ଚନା ପରେ ବାହାରିଥିଲା ମଶାଲ ଶୋଭାଯାତ୍ରା। ରାଲି ମୁଖ୍ୟ ରାସ୍ତା ଦେଇ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ପହଁଚିଥିଲା। ବିଶ୍ୱବିଦ୍ୟାଳୟ ଭିସି ଦେବୀପ୍ରସାଦ ମିଶ୍ର ମଶାଲ ଗ୍ରହଣ ପରେ ଖେଳ ପତାକା ଉତୋଳନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ୱାରା ମାର୍ଚ୍ଚପାଷ୍ଟ କରାଯାଇଥିଲା। ଶପଥ ପାଠ ପରେ ଶ୍ରୀ ମିଶ୍ର ଆନୁଷ୍ଠାନିକ ଉଦଘାଟନ ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ମାନେ ୧୦୦, ୨୦୦,୪୦୦,ମିଟର ଦୌଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଛାତ୍ରଙ୍କ ମଧ୍ୟରେ ୮୦୦ ମିଟର ଦେ?ଡ ହୋଇଥିଲା। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମଣ ପାତ୍ର, ଡ. ପ୍ରସାନ୍ତ କୁମାର ପାତ୍ର, ଆୟୋଜକ ସପ୍ସପାଦକ ସଚ୍ଚିନ କୁମାର ନାୟକ,ଉପସଭାପତି ଡ.ରୁଷଭ କୁମାର ସାହୁ, ସହକାରୀ ଉପସଭାପତି ସନ୍ତୋଷିନୀ ମୁଣ୍ତା, ଖେଳ ଶିକ୍ଷକ ଭାଗବତ ପ୍ରସାଦ ସିପ୍ସ ପ୍ରମୁଖଙ୍କ ସହ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି