
ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ଜଳିଗଲା ଆମ ବସ୍
। ସକାଳୁ ସକାଳୁ ଆମ ବସରେ ଅଗ୍ନିକାଣ୍ଡ ଘଟିଛି । କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ I ବସ ଯାଉଥିବା ବେଳେ ହଠାତ ଧୂଆଁ ବାହାରିଥିଲା l
ତୁରନ୍ତ ଗାଡ଼ିରେ ବସିଥିବା ସମସ୍ତ ଯାତ୍ରୀ ଗାଡ଼ିରୁ
ବାହାରି ଆସିବା ପରେ ହୁ ହୁ ହୋଇ ଜଳିଗଲା ଆମ ବସ ।
ସଙ୍ଗେ ସଙ୍ଗେ ତମାଣ୍ଡ
ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । କେହି ମୃତାହତ ହୋଇନଥିବା
ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା