
ଭୁବନେଶ୍ୱର,୧୦ ଜାନୁଆରୀ (ହି,ସ)- ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସହ ବସ ମାଲିକ ସଂଘର ବୈଠକ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଲିପର କୋଚ ବସ ପାଇଁ ଥିବା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବସ୍ ରେ ପାଣିର ଟ୍ୟାଙ୍କ ଏବଂ ସ୍ପ୍ରିଙ୍କଲର ଲଗେଇବା ବାଧ୍ୟତାମୂଳକ କରାଯିବ। କୋର୍ଟଙ୍କ ନିର୍ଦେଶନାମା ରହିଥିବାରୁ ଏହାକୁ କଡାକଡି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏସି ବସ୍ ରେ ଅଧିକ ନିଆଁ ଲାଗୁଥିବା ରୁ ଏହାକୁ କଡାକଡି ଲାଗୁ କରିବାକୁ ବିଭାଗ ତରଫରୁ ନିର୍ଦେଶ ଦିଆଯାଇଛି। ଏହି ନିୟମକୁ ବସ ମାଲିକ ଅନୁପାଳନ କରିବାକୁ କୁହାଯାଇଛି ବୋଲି ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା