ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ଏହି ଅବସରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏହି ଲ
ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ଆଜିଠୁ

ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ଏହି ଅବସରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର

ସାମଗ୍ରିକ ଓ ସନ୍ତୁଳିତ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ନିରନ୍ତର

ପ୍ରୟାସ କରୁଛନ୍ତି। ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଆଜି ଓ ଆସନ୍ତାକାଲି ମୁଁ

ସମ୍ବଲପୁରବାସୀଙ୍କ ଗହଣରେ ରହିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଗସ୍ତ ସମୟରେ;

୨୪×୭ ପାନୀୟ ଜଳ ପ୍ରକଳ୍ପ, ନୂତନ ଟ୍ରମା କେୟାର

ବିଲଡିଂ, ପରିବେଶ ଅନୁକୂଳ

ଇ-ବସ୍ ସେବା ଓ ଅନ୍ୟାନ୍ୟ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହି

ପ୍ରକଳ୍ପଗୁଡ଼ିକ ସମ୍ବଲପୁରବାସୀଙ୍କ ଜୀବନ ଧାରଣ ମାନବୃଦ୍ଧି କରିବାରେ ସହାୟକ ହେବ। ଓଡ଼ିଶାର

ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ସମ୍ବଲପୁରକୁ ଭିତ୍ତିଭୂମି ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଏକ

ଅଗ୍ରଣୀ ଜିଲ୍ଲା ଭାବେ ଗଢିତୋଳିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande