
ଭୁବନେଶ୍ୱର, ୧୦ ଜାନୁୟାରୀ (ହି.ସ)- ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ କହିଲେ ଯେ ୟୁପିଏ ସରକାର ସମୟରେ ବେକାରୀ ଲୋକଙ୍କୁ କାମ ଦେବା ଉଦ୍ଦେଶ୍ୟରେ ପ୍ରଣୟନ ହୋଇଥିବା ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କୋଟି କୋଟି ଜନସାଧାରଣ ଉପକୃତ ହେଉଥିଲେ । ଖୁବ ନିକଟରେ ବିଜେପି ଷଡଯନ୍ତ୍ର କରି ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇ ନୂତନ ଯୋଜନା କରି ଏହି ଯୋଜନାର ଲକ୍ଷ୍ୟ ପୂରଣ ଦିନରେ ପ୍ରତିବନ୍ଧକ ସାଜିଛନ୍ତି । ଏହାକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ପୂର୍ବଭଳି ମହାତ୍ମା ଗାନ୍ଧୀଙ୍କ ନାମ ନ ଯୋଡ଼ନ୍ତି କଂଗ୍ରେସ ଦଳ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦୃଢ଼ ପ୍ରତିବାଦ କରିବ ବୋଲି ଶ୍ରୀ କାନୁଗୋ କହିଥିଲେ । ସେହିଭଳି ରାଜ୍ୟରେ ବିଜୁଳି ଉପଭୋକ୍ତାମାନଙ୍କୁ ଟାଟା କମ୍ପାନୀ ଯେଉଁଭଳି ଭାବରେ ଶୋଷଣ କରୁଛି ତାହା ଅତ୍ୟନ୍ତ କ୍ଷୋଭର ବିଷୟ । ଉପଭୋକ୍ତାମାନଙ୍କ ପାଇଁ ଥିବା ବ୍ୟବସ୍ଥାକୁ କାର୍ଯ୍ୟ କରାଯାଉ ନାହିଁ । ମନମୁଖି ଶୁଳ୍କ, ସ୍ମାଟ ମିଟର ପାଇଁ ଦେୟ ଉପଭୋକ୍ତା ମାନଙ୍କୁ ଆôର୍ଥକ ସଂକଟ ମଧ୍ୟକୁ ଠେଲି ଦେଇଛି । ସେହିପରି ରାଜ୍ୟରେ ଧାନର ଅଭାବି ବିକ୍ରୀ ଉତ୍କଟ ହେଲାଣି । ଚାଷୀଭାଇ ମାନେ ଅମଳ କରିଥିବା ଧାନକୁ ସରକାର ଉଠାଉ ନାହାନ୍ତି । ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ିରହିଛି । ଯେତିକି ଧାନ ଉଠୁଛି କଟନି ଛଟନି ଚାଷୀଭାଇ ମାନଙ୍କୁ ଅତ୍ୟନ୍ତ ବାଧୁଛି । ଏ ସମସ୍ତ ଦିଗ ପ୍ରତି ସରକାର ସଚେତନ ନହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ କାନୁନଗୋ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା