
କେନ୍ଦ୍ରାପଡା, 10 ଜାନୁଆରି (ହି.ସ.)-ନବାଙ୍କ ବେଢାରେ ବିଜେ ପ୍ରତିମା ସହ ବିମାନ ସ୍ପର୍ଶକୁ ସମ୍ପୂର୍ଣ ବାରଣ ଆସନ୍ତା ୧୪ ତାରିଖ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ପଡୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଏହି ସୁରକ୍ଷା କୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ପୋଲିସ ଅଧିକାରୀ ଓ ସେବାୟତ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋଡ ସଭାପତି ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷ ତାରେ ବିଭିନ୍ନ ଆଲୋଚନା ହୋଇଥିଲା ବିଶେଷ କରି ସଠିକ୍ ସମୟରେ ନୀତି କାନ୍ତି ଭକ୍ତଙ୍କ ଧାଡ଼ି ଦର୍ଶନ ପିଇବା ପାଣି ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ଵ ଦିଆ ଯାଇଥିଲା ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି ବାଟ ମନ୍ଦିର ରୁ ଧାଡ଼ି ଦର୍ଶନ ପରିବର୍ତ୍ତେ ତୁଳସୀ ଚଉରା ନିକଟରୁ ଭକ୍ତ ସିଧା ବାଇଶି ପାହାଚ ଦେଇ ବଡ଼ ଦେଉଳ ରେ ଦର୍ଶନ କରି ପାରିବେ ଗର୍ଭ ଗୃହ ଦର୍ଶନ କଟକଣା ପ୍ରଶାସନ ଦେଇଥିବା ପ୍ରସ୍ତାବ କୁ ସେବାୟତ ଅଗ୍ରାହ୍ୟ କରିଥିଲେ ଗର୍ଭ ଗୃହ ରେ ଭକ୍ତ ଦର୍ଶନ ବହୁ ବର୍ଷ ପରମ୍ପରା ବୋଲି ସେବାୟତ ଦୃଷ୍ଟି ଆକର୍ଷଣ କରିଥିଲେ ବିଶେଷ କରି ନବାଙ୍କ ବେଢ଼ା ପରିକ୍ରମା ସମୟରେ କୌଣସି ଭକ୍ତ ବିଜେ ପ୍ରତିମା ବିମାନକୁ ସ୍ପର୍ଶ ନକରିବେ ପ୍ରଶାସନ ପକ୍ଷରୁ କଟକଣା କରାଯାଇଛି ସ୍ବାସ୍ଥ୍ୟ ସେବା ଯୋଗାଇ ଲାଗି ମନ୍ଦିର ସମ୍ମୁଖରେ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯିବାକୁ ସ୍ତିର ହୋଇଛି । ଏହି ସକ୍ରିୟ ଆଲୋଚନାରେ ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କାର୍ୟ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କେନ୍ଦ୍ରାପଡା ଜ୍ୟୋତି ରଞ୍ଜନ ଗୌଡ , ନୃସିଂହ ପ୍ରସାଦ ପତ୍ରୀ ସଭ୍ୟ ହୃଷୀକେଶ ରଥ ସୁପର ଭାଇ ଜର ନୃସିଂହ ଚରଣ ପତ୍ରୀ ବଡ଼ ପଣ୍ଡା ମାଧବ ପତ୍ରୀ ସେବାୟତ ବଳରାମ ପତ୍ରୀ ସୁରେଶ ପତ୍ରୀ ସୋମନାଥ ପତ୍ରୀ ରଞ୍ଜନ ସୁଆର ରବୀନ୍ଦ୍ର ପତ୍ରୀ ଜୟ ଦେବ ପତ୍ରୀ ବିଜୟ ପତ୍ରୀ ପରୀକ୍ଷିତ କର ଦାମ ଦର ପତ୍ରୀ ପ୍ରମୋଦ କର ସମେତ ଅନ୍ୟ ସେବାୟତ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି