
ଧର୍ମଶାଳା,୧୦ ଜାନୁଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତସ୍ଥ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଚଳିତ ମାସ ୧୭ ତାରିଖରେ ଯାଜପୁର ଜିଲା ପାରା ସ୍ପୋର୍ଟ ଆସୋସିଏସନ ପକ୍ଷରୁ ଜିଲା ସ୍ତରୀୟ ପାରା ଆଥଲେଟିକ୍ସ ମିଟ୍ ୨୦୨୬ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଜିଲାର ଦିବ୍ୟାଙ୍ଗ କ୍ରୀଡାବିତ୍ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ନେଇ ଆସୋସିଏସନର ସଭାପତି ମଂଟୁ ଦାସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଖେଳରେ ଜିଲାର ୧୪ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ଦିବ୍ୟାଙ୍ଗ କ୍ରୀଡାବିତ୍ ଭାଗ ନେଇ ପାରିବେ । ଦୌଡକୁଦ ସମେତ ବିଭିନ୍ନ ଖେଳ ଏଥିରେ ସାମିଲ ରହିଛି । କାର୍ଯ୍ୟକ୍ରମରେ ଯାଜପୁର ଜିଲାପାଳ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ପ୍ରତିଯାଗିତାରେ ଭାଗ ନେବା ପାଇଁ କ୍ରୀଡାବିତ୍ମାନେ ଜିଲା ପାରା ସ୍ପୋର୍ଟ ଆସୋସିଏସନର ୯୪୩୮୦୩୮୭୦୦/୯୦୯୦୮୭୯୧୮୭ ନମ୍ବରରେ ଯୋଗାଯୋଗ କରି ନାମ ପଂଞ୍ଜିକୃତ କରିବା ସହ ଜିଲାରୁ ଚୟନ ହୋଇଥିବା ପ୍ରତିଯୋଗି ଚଳିତ ୨୪,୨୫ ଓ ୨୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବ ବୋଲି ଏହି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତିଙ୍କ ସମେତ ଯୁବନେତା ରାକେଶ ଦେଓ ଓ ଦିବ୍ୟା ଗୃପ ଅନୁଷ୍ଠାନର ଅଧ୍ୟକ୍ଷ ରାକେଶ ଦାସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ