
ଭୁବନେଶ୍ୱର,୧୦ ଜାନୁଆରୀ (ହି,ସ)- ବିମାନ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାଉଲକେଲା ଭୁବନେଶ୍ୱର ଆସୁଥିବା ବିମାନ ଦୁର୍ଘଟଣା ହୋଇଛି। ଏହା ୯ ସିଟେଡ଼ ପ୍ଲେନ ରହିଥିଲା। ବିମାନ ରାଉଲକେଲାରୁ ୧୦ କିଲୋମିଟର ଦୂର ଆସିବା ପରେ ଜଳଦାରେ ଦୁର୍ଘଟଣା ହୋଇଛି । ବିମାନରେ ପାଇଲଟଙ୍କ ସହ ୬ ଜଣ ଯାତ୍ରୀ ଥିଲେ। ସମସ୍ତେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି। ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା