ସିନ୍ଦୁରିଆ ପ୍ରିମିୟର ଲିଗ : ସାଗର ଇଲେଭେନ ଜାରକା ବିଜୟୀ
ସିନ୍ଦୁରିଆ ପ୍ରିମିୟର ଲିଗ : ସାଗର ଇଲେଭେନ ଜାରକା ବିଜୟୀଧର୍ମଶାଳା,୧୦ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସିନ୍ଦୁରିଆ ଖେଳପଡିଆରେ ଚାଲିଥିବା ସିନ୍ଦୁରିଆ ପ୍ରିମିୟର ଲିଗରେ ବ୍ଲୁଷ୍ଟାର କ୍ଲବ ଡୁବୁରୀକୁ ଦୁଇ ଉଇକେଟରେ ପରାସ୍ତ କରି ସାଗର ଇଲେଭେନ ଟିମ ଜାରକା ବିଜୟ ଲାଭ କରିଛି । ବ୍ଲୁଷ
ସିନ୍ଦୁରିଆ ପ୍ରିମିୟର ଲିଗ


ସିନ୍ଦୁରିଆ ପ୍ରିମିୟର ଲିଗ : ସାଗର ଇଲେଭେନ ଜାରକା ବିଜୟୀଧର୍ମଶାଳା,୧୦ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ସିନ୍ଦୁରିଆ ଖେଳପଡିଆରେ ଚାଲିଥିବା ସିନ୍ଦୁରିଆ ପ୍ରିମିୟର ଲିଗରେ ବ୍ଲୁଷ୍ଟାର କ୍ଲବ ଡୁବୁରୀକୁ ଦୁଇ ଉଇକେଟରେ ପରାସ୍ତ କରି ସାଗର ଇଲେଭେନ ଟିମ ଜାରକା ବିଜୟ ଲାଭ କରିଛି । ବ୍ଲୁଷ୍ଟାର ଟିମ ଡୁବୁରୀ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୭.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୧୨ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାଜ ମିଶ୍ର ୫୬ରନ ଓ ଦେବେନ୍ଦ୍ର ସାମଲ ୩୨ ରନ ସଂଗ୍ରହ କରିଥିଲେ । ବିପକ୍ଷ ସାଗର ଇଲେଭେନ ଜାରକା ଦଳର ସୁଶିଲ ୩ ଉଇକେଟ ଓ ଚିକୁ ୨ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ସାଗର ଇଲେଭେନ ଜାରକା ଟିମ ବ୍ୟାଟିଙ୍ଗ କରି ୧୩.୨ ଓଭରରେ ୨ ଉଇକେଟ ହରାଇ ୨୧୩ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ବାପୁନୀ ୮୧ ରନ ଓ ହିମାଂଶୁ ୪୬ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବ୍ଲୁଷ୍ଟାର ଡୁବୁରୀ ଟିମର ଦେବାଶିଷ ମହାରଣା ଓ ଅଶ୍ୱିନୀ ସେନାପତି ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇ ଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଜାରକା ସାଗର ଇଲେଭେନ ଟିମର ବାପୁନକୁ ଘୋଷଣା କରାଯାଇଥିବା ବେଳେ ଗାୟତ୍ରୀ ମୋବାଇଲ ପଏଂଟର ଅମୁଲ୍ୟ ବାରିକ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦ ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ରାଜେଶ ଭଦ୍ର ଓ ଆଶିଷ ବିଶ୍ୱାଳ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande