
କେନ୍ଦ୍ରାପଡା, 10 ଜାନୁଆରି (ହି.ସ.) -ଯେଉଁ ପୁଅକୁ ଜନ୍ମ ଦେବା ପାଇଁ ଓ ପାଇବା ପାଇଁ ମାଆ ବାପା ଲକ୍ଷେ ଶିବ ପୂଜା କରି ,ରାତି ରାତି ଅନିଦ୍ରା ହୋଇ ପାଇଥିଲେ କୋଳକୁ ଏକମାତ୍ର ପୁଅ।ସେହି ପୁଅ ବଡ ହେଲା ପରେ ଦାଦନ ଖଟିବା ପାଇଁ ୧୦ବର୍ଷ ହେଲା ସୁଦୁର ତାମିଲନାଡୁ ଯାଇଥିଲା ରୋଜଗାର କରି ମାଆ,ବାପା ଙ୍କ ମୁହଁରେ ଆହାର ଦେଇ ଆସୁଥିଲା।ଦଇବ କିଛି ଅଲଗା ଲେଖିଥିଲା।ସେଇ ପୁଅକୁ କେହି ତାମିଲନାଡୁ ରେ ମାରିଦେଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପାଖରେ।ଆଶ୍ଚର୍ୟ୍ୟ ର କଥା ପୁଅର ମୃତଦେହକୁ ଆଣିବା ପାଇଁ ମାଆ କାନ୍ଦି କାନ୍ଦି ନେତା ,ଜିଲ୍ଲାପାଳ, ଓ ଏସିପି ଙ୍କୁ ଗୁହାରି ହୋଇ ତଳେ ଲୋଟି ପଡୁଛି।ଅନିଦ୍ରା ହୋଇ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ରାତି ତମାମ ବସିରହିଛି।ଏକ ମାତ୍ର ପୁଅକୁ କେହି ମାରି ଦେଇଥିବା ଅଭିଯୋଗ କରି କାନି ପତାଇ ନ୍ୟାୟ ଭିକ୍ଷା କରିଛି କୋଳ ସୂନ୍ୟ ହୋଇଥିବା ଅତଭାଗ୍ୟ ମାଆଟି। ଏହି ଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ, ଥାନା ଅନ୍ତର୍ଗତ ଗତାନଇ ପଞ୍ଚାୟତ ନାରାୟଣ ପୁରୁ ଗାଁରେ। ମାର୍ଶାଘାଇ ଥାନା ନାରାୟଣ ପୁରୁ ଗାଁର ଜଣେ ଯୁବକ ଟୁଟୁ ମଲ୍ଲିକ (୨୩)କୁ ତାମିଲନାଡୁରେ ହତ୍ୟା କରାଯାଇଛି ବୋଲି ମାର୍ଶାଘାଇ ଥାନା ରେ ଅଭିଯୋଗ କରିଥିଲେ ପରିବାର।ଥାନା ଅଧିକାରୀ ତପନ ନାୟକ ନିଦା ବିଷ୍ଣୁ ସାଜି ଏପରି ଏହି ସମ୍ବେଦନଶୀଳ ଘଟଣାକୁ ଏଡାଇ ଯିବା ଜଣେ ପୁତ୍ରହରା ମାଆ ପ୍ରତି କିଭଳି ନ୍ୟାୟ ତାହା ମାର୍ଶାଘାଇ ପୋଲିସ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।ନ୍ୟାୟ ପାଇବା ନେଇ ମୃତ ଟୁଟୁ ଙ୍କ ମା' ମାଳତୀ ମଲ୍ଲିକ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଓ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ମୃତ ଟିଟୁଙ୍କ ମା' ମାଳତୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୧୦ ବର୍ଷ ହେଲା ପୁଅ ତାମିଲନାଡୁରେ ଶ୍ରମିକ ଭାବେ ସ୍ପିନିଙ୍ଗ୍ ମିଲରେ କାମ କରୁଥିଲା ଓ ହଠାତ୍ ତାଙ୍କ ମୋବାଇଲକୁ ଏକ କଲ ଆସିଲା ଯେ ପୁଅର ମୃତ୍ୟୁ ଘଟିଛି । ଏହା ସହ ତାଙ୍କ ମୋବାଇଲକୁ ପୁଅର କ୍ଷତବେକ୍ଷତ ଫଟୋ ମଧ୍ୟ ଆସିଥିଲା। ପୁଅର ବେକ, ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନକୁ ହଣା ଯାଇଥିବା ଫଟୋରୁ ଜଣାପଡ଼ିଛି।ତେଣୁ ପୁଅକୁ କେହି ହତ୍ୟା କରିଦେଇଛି ବୋଲି ମାଆ ମାଳତୀ ମୃତ ପୁଅର ଫଟୋ ସହ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ।ତୁରନ୍ତ ମୃତ ପୁଅର ମର ଶରୀର ଫେରିବା ଓ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ।କିନ୍ତୁ ମାର୍ଶାଘାଇ ପୋଲିସ ଏହି ଅଭିଯୋଗ ଗ୍ରହଣ ନକରି ମାଳତୀ ଙ୍କୁ ଫେରାଇ ଦେଇଥିଲା।ମାଳତୀ ଙ୍କ ସ୍ବାମୀ ବାବାଜୀଙ୍କର ପୂର୍ବରୁମୃତ୍ୟୁ ଘଟିଥିଲାବେଳେ ଏବେ ସେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି।ମାଳତୀ କହିଛନ୍ତି ତାଙ୍କ ପୁଅର ମୃତ୍ୟୁ ପରେ ସେ ଅସହାୟ ହୋଇ ପଡ଼ିଛନ୍ତି । ମାଳତୀ କହିଛନ୍ତି ତାଙ୍କ ପୁଅକୁ ହତ୍ୟା କରାଯାଇଛି, ଏବଂ ହତ୍ୟାକୁ ଦୁର୍ଘ ଦୁର୍ଘଟଣାର ରୂପ ଦେବା ପାଇଁ ସମ୍ପୃକ୍ତ କମ୍ପାନୀ ଯୋଜନା କରୁଛି । ଅନ୍ୟ ଜଣେ କର୍ମଚାରୀଙ୍କ ଜରିଆରେ ପୁଅର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି କୁହାଯାଉଛି। ତେଣୁ ଏହାର ବିଧୂବଦ୍ଧ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାଳତୀ ଦାବି କରିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ମାଳତୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ କେନ୍ଦ୍ରାପଡା ବିଧାୟକ ଗଣେଶ୍ବର ବେହେରା, ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ଗୋଡ ତଳ ପଡି ନିବେଦନ କରିଛନ୍ତି ।ତାଙ୍କ ପୁଅର ମୃତ ଦେହ କୁ ତାମିଲନାଡୁରୁ ଫେରାଇ ଆଣିବା ଓ ଅଭିଯୁକ୍ତ ମାନଙ୍କୁ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।ଜିଲ୍ଲାପାଳ ଏବଂ ଏସିପି ପ୍ରତିଶ୍ରୁତି ଦେଇଛନ୍ତି ଆମେ ମାଳତୀଙ୍କ ଅଭିଯୋଗ ଗ୍ରହଣ କରିଛୁ। ଏହାସହ ମାଳତୀ କିପରି ନ୍ୟାୟ ପାଇବେ ସେ ନେଇ ତାମିଲନାଡୁ ପୁଲିସ ସହ ଯୋଗାଯୋଗ କରିଛୁ । ଘଟଣାସ୍ଥଳ ତାମିଲନାଡୁ ହୋଇଥିବାରୁ ତାମିଲନାଡୁ ଥାନାରେ ମାମଲା ରୁଜୁ ହେବ ଓ ସେଠାକାର ପୁଲିସ ଏହାର ତଦନ୍ତ କରି କୋର୍ଟକୁ ଚାର୍ଜସିଟ୍ ଦେଲେ ଅଭିଯୁକ୍ତ ଦଣ୍ଡିତ ହୋଇ ପାରିବ। ମାଳତୀଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ କେନ୍ଦ୍ରାପଡ଼ା ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଏସ୍ପି ଶ୍ରୀ କଟାରିଆ କହିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ୨୫ ହଜାର ଟଙ୍କା ଦିଆଯାଇ ଶବ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି