ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗିରଫ, ତଦନ୍ତ ଜାରି
କେନ୍ଦ୍ରାପଡା 10 ଜାନୁଆରି (ହି.ସ.) - କେନ୍ଦ୍ରାପଡା ଟାଉନ୍ ଥାନା ଅନ୍ତର୍ଗତ ସୁନାଇଲୋ ଗାଁରେ ଭଡ଼ାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି କ୍ଷ ମୃତ ଯୁବତୀ ରାଜକନିକା ଥାନା ତରାସ ଗାଁର ପ୍ରତୀକ୍ଷା ନାୟକ ବୋଲି ଜଣାପଡିଛି କ୍ଷ ପ୍ରତୀକ୍ଷା କେନ୍ଦ୍ରାପଡା ମୁନିସପାଲଟି ରେ ସୁଭର ସାଇଜର ଭାବେ ଦିର୍ଘ
ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗିରଫ, ତଦନ୍ତ ଜାରି


କେନ୍ଦ୍ରାପଡା 10 ଜାନୁଆରି (ହି.ସ.) - କେନ୍ଦ୍ରାପଡା ଟାଉନ୍ ଥାନା ଅନ୍ତର୍ଗତ ସୁନାଇଲୋ ଗାଁରେ ଭଡ଼ାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି କ୍ଷ ମୃତ ଯୁବତୀ ରାଜକନିକା ଥାନା ତରାସ ଗାଁର ପ୍ରତୀକ୍ଷା ନାୟକ ବୋଲି ଜଣାପଡିଛି କ୍ଷ ପ୍ରତୀକ୍ଷା କେନ୍ଦ୍ରାପଡା ମୁନିସପାଲଟି ରେ ସୁଭର ସାଇଜର ଭାବେ ଦିର୍ଘଦିନ କାର‌୍ୟ୍ୟ କରୁଥିଲେ।ପରେ ଚାକିରୀ ଛାଡି ଏକ ଘର ଭଡା ନେଇ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ କ୍ଷ ତେବେ ଘର ଲୋକଙ୍କ କହିବା ଅନୁଯାୟୀ ଗତ ୭ ତାରିଖ ସନ୍ଧ୍ୟାରେ ପ୍ରତୀକ୍ଷା ନିଜ ପରିବାର ସହିତ କଥା ହୋଇଥିଲେ କ୍ଷ କିନ୍ତୁ ପରଦିନ ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରେ ତାଙ୍କ ଫୋନ ସ୍ଵିଚ ଅଫ୍ ଥିଲା କ୍ଷ କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ପହଁଞ୍ଚିବା ପରେ ଘର ଭିତରେ ଚଟାଣ ରେ ଝିଅର ମୃତଦେହ ପଡିଥିବା ଦେଖିଲେ କ୍ଷ ଘର ସିଲିଂ ଫ୍ୟାନ ରେ ଏକ ଶାଢ଼ି ଝୁଲି ରହିଥିବା ବେଳେ ଫ୍ୟାନ ବ୍ଲେଡ ବଙ୍କା ହୋଇଯାଇଥିଲା କ୍ଷ ତେବେ ତାଙ୍କ ଝିଅ ସହିତ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରତୀକ୍ଷାଙ୍କ ବାପା ଭୀମସେନ୍ ନାୟକ କେନ୍ଦ୍ରାପଡା ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସ ତରଫରୁ କେସ ନଂ-୫/୨୬ ରୁଜୁ କରି କପାଳେଶ୍ୱର ଗ୍ରାମର ସତ୍ୟ ନାରାୟଣ ନାୟକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରତୀକ୍ଷା ପୂର୍ବରୁ କେନ୍ଦ୍ରାପଡା ମୁନିସିପାଲିଟି ର ସ୍ଵଚ୍ଚଭାରତ ଅଭିଯାନରେ ସୁପରଭାଇଜର ଭାବେ କାର‌୍ୟ୍ୟ କରୁଥିବା ସମୟରେ ମୁନିସପାଲଟିର ତେଇଙ୍କ ସହ ସମ୍ପର୍କରେ ଆସିଥିଲେ। ଜେଇ ମଧ୍ୟ ପ୍ରତିକ୍ଷାଙ୍କ ଘରକୁ ଯିବା ଆସିବା କରୁଥିଲେ। ବର୍ତ୍ତମାନ ଜେଇ ମାର୍ଶାଘାଇ ଡ୍ରେନେଜ ବିଭାଗର ରେ କାର‌୍ୟ୍ୟ କରୁଛନ୍ତି। ଯୁବତୀ ଙ୍କ ମୃତ୍ୟୁ ପଛରେ ଜେଇଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରି ଅଟକ ରଖି ତଦନ୍ତ କରିବା ପରେ ତାଙ୍କୁ ଛାଡି ଦିଆଯାଇଛି । ପୋଲିସ ତରଫରୁ ତଦନ୍ତ ଜାରି ରହିଛି । ଟଉନ ଆଇଆଇସି ଦିଲିପ କୁମାର ସାହୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande