ଭଦ୍ରାୟଣୀ-୨୦୨୬ ପାଇଁ ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଷ୍ଟଲ ଉଦ୍‌ଘାଟିତ
ଭଦ୍ରକ, ୧୮ ଜାନୁଆରୀ (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭଦ୍ରକର ଅଧ୍ୟକ୍ଷ ( ଭାରାପ୍ରାପ୍ତ) ପ୍ରଭାତ କୁମାର ରାଜଗୁରୁ ଭଦ୍ରାୟଣୀ -୨୦୨୬ ଜିଲ୍ଲା ମହୋତ୍ସବ (ଆତ୍ମନିର୍ଭର ସ୍ୱଦେଶୀ ମେଳା, ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା) ନେହେରୁ ଷ୍ଟାଡିୟମ, ଭଦ୍ରକ ଠାରେ ଜିଲ୍ଲା ଆଇନ ସେବା ପ୍ରାଧି
AAIN SEVA PRADHIKARAN STALL


ଭଦ୍ରକ, ୧୮ ଜାନୁଆରୀ (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭଦ୍ରକର ଅଧ୍ୟକ୍ଷ ( ଭାରାପ୍ରାପ୍ତ) ପ୍ରଭାତ କୁମାର ରାଜଗୁରୁ ଭଦ୍ରାୟଣୀ -୨୦୨୬ ଜିଲ୍ଲା ମହୋତ୍ସବ (ଆତ୍ମନିର୍ଭର ସ୍ୱଦେଶୀ ମେଳା, ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା) ନେହେରୁ ଷ୍ଟାଡିୟମ, ଭଦ୍ରକ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଲଗାଯାଇଥିବା ଷ୍ଟଲର ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଭଦ୍ରକ ପୁଣ୍ୟଶ୍ଳୋକ ରଥ ଏହି ଉଦ୍ଘାଟନ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦ ତଥା ସ୍ଥାୟୀ ଲୋକଅଦାଲତ ( ଜନସେବା ଉପଯୋଗୀ)ଭଦ୍ରକ ବିଜୟ କୁମାର ପାତ୍ର ତଥା ସମସ୍ତ କର୍ମଚାରୀ ଗଣ, ତାଲିକା ଭୁକ୍ତ ଓକିଲ ଗଣ, ଏଲ.ଏ.ଡି.ଏସ.ଏସ କର୍ମୀମାନେ ତଥା ପାରା ଲିଗାଲ ସ୍ୱେଚ୍ଛାସେବୀ ଗଣ ଉପସ୍ଥିତ ରହିଥିଲେ। ଆୟୋଜିତ ହୋଇଥିବା ଷ୍ଟଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନ୍ ଗତ ସେବା ଓ ସହାୟତା ସମ୍ପର୍କରେ ସାଧାରଣ ଲୋକମାନଙ୍କୁ ଜଣାଇବା ଯେପରିକି ସମସ୍ତେ ସମାନ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେବେ ନାହିଁ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande