
କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୦-୨୦୦୩ ମ୍ୟାଟ୍ରିକୁଲେସନ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହରିଚନ୍ଦନପୁର ନିକଟସ୍ଥ କାଳିମାଟି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁମିଳନ କମିଟିର ସଭାପତି ସମୀର ମଣ୍ଡଳଙ୍କ ଆହ୍ୱାନରେ ୭୮ ଜଣ ଛାତ୍ର ଏହି ବନ୍ଧୁମିଳନରେ ଯୋଗଦେଇ ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ କ୍ଷ ସମ୍ପାଦକ ଅଶୋକ ମହାପାତ୍ର କାର୍ଯ୍ୟକ୍ରମର ବିବରଣୀ ଦେବା ପରେ ଦିବଂଗତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱର୍ଗତଃ କଳାକାର ବଳ, ପୂର୍ବତନ ପ୍ରଧାନଶିକ୍ଷକ ସ୍ୱର୍ଗତଃ କିଶୋର ଚନ୍ଦ୍ର ମିଶ୍ର, ଶିକ୍ଷକ ସ୍ୱର୍ଗତଃ ଅକ୍ଷୟ ପାଇକରାୟ, ଶିକ୍ଷକ ସ୍ୱର୍ଗତଃ ଗୋବର୍ଦ୍ଧନ ସାହୁ ତଥା ସେହି ବ୍ୟାଚର ଦିବଂଗତ ଛାତ୍ର ସ୍ୱର୍ଗତଃ ସିଙ୍ଗରାୟ ମୁଣ୍ଡା, ସ୍ୱର୍ଗତଃ ଉଜ୍ଜ୍ୱଳ ସାହୁ, ସ୍ୱର୍ଗତଃ ତୀର୍ଥବାସୀ ଦେହୁରୀ, ସ୍ୱର୍ଗତଃ କାଇରା ମୁଣ୍ଡା, ସ୍ୱର୍ଗତଃ ପ୍ରଭାତ କୁମାର ସାହୁଙ୍କର ସ୍ମୃତିଚାରଣ କରିବା ସହ ସେମାନଙ୍କର ଆମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। କୋଷାଧ୍ୟକ୍ଷ ସ୍ୱରୂପାନନ୍ଦ ସାହୁ ଏବର୍ଷର ଅଟକଳ ଦେବା ପରେ ଆଗାମୀ ସମୟରେ କିପରି ନିଜ ବିଦ୍ୟାଳୟ ସହ ନିଜ ଅଂଚଳରେ ସମସ୍ତେ ଏକାଠି ହୋଇ ସାମାଜିକ କାମରେ ଅଂଶୀଦାର ହେବାପାଇଁ ଯୋଜନା ରଖିଥିଲେ। ସମସ୍ତେ ନିଜ ବନ୍ଧୁମାନଙ୍କର ଭଲ ଓ ଖରାପ ସମୟରେ ଠିଆ ହେବା ପାଇଁ ଶପଥ ନେଇଥିଲେ। ଏତଦବ୍ୟତୀତ ହରିଚନ୍ଦନପୁର ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ନିଜ ସ୍ତରରେ ସର୍ବାଧିକ ଉଦ୍ୟମ କରିବାକୁ ମତ ରଖାଯାଇଥିଲା। ଯେଉଁ ବନ୍ଧୁମାନେ ଅସୁବିଧା ହେତୁ ଆସିପାରିନଥିଲେ ଭିଡିଓ କଲ ଜରିଆରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA