
ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉନ୍ନତି ପାଇଁ ବହୁ ଯୋଜନା ଓ ଆର୍ôଥକ ସହାୟତା ଘୋଷଣା କରୁଥିବା ବେଳେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଂଚଳର ଡିଆଁ ନରସିଂପୁର ସରକାରୀ ସେବାଶ୍ରମ ସ୍କୁଲରୁ ଆସୁଛି ସାଂଘାତିକ ଅଭିଯୋଗ। ଏଠାରେ ପଢୁଥୁବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ସୁଭିଧା ଯୋଗାଇ ଦେଉଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ଡିଆଁ ନରସିଂପୁର ସରକାରୀ ସେବାଶ୍ରମ ସ୍କୁଲରେ ଛାତ୍ରମାନଙ୍କୁ ଅଣଦେଖା ଓ ଅବହେଳା ହେଉଥିବା ଅଭିଯୋଗ ର ମୁହଁ ଖୋଲିଲେ ମିଳୁଛି ମାଡ ସହିତ ଚାକିରି ରୁ ଛଟେଇ ଏଭଳି ଅଭିଯୋଗ କରିଛନ୍ତି ଉକ୍ତ ସେବାଶ୍ରମର ର କାର୍ଯ୍ୟରତ ରୋଷେୟା ଅଭିମନ୍ୟୁ ଜେନା।ଶ୍ରୀ ଜେନା ଙ୍କୁ ପ୍ରାୟ ପନ୍ଦର ଦିନ ହେବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତିି। ଭଦ୍ରକ ଜିଲ୍ଲା ଡବ୍ଲୁଏ କାର୍ଯ୍ୟାଳୟ ରୁ ଅଭିମନ୍ୟୁ ଙ୍କୁ କାର୍ଯ୍ୟ ରୁ ନିଲମ୍ବନ ପାଇଁ କୈାଣସି ନିର୍ଦ୍ଦେଶ ନଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ଙ୍କୁ ମୋଟା ଅଙ୍କର ଲାଂଚ ମାଗିଥିଲେ ଲାଂଚ ନଦେବାରୁ ଆକ୍ରୋଶ ର ଶିକାର ହୋଇଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯେଉଁ ମୌଳିକ ସୁବିଧା ମିଳିବା କଥା ପାଠପୁସ୍ତକ, ଶିକ୍ଷା ସାମଗ୍ରୀ, ବସ୍ତ୍ର, ମଧ୍ୟାହ୍ନ ଭୋଜନ ଓ ଛାତ୍ରବୃରି ସେସବୁ ଠିକ୍ ଭାବେ ଯୋଗାଯୋଗ ହେଉନାହିଁ । କେତେକ ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି ପୁସ୍ତକ ବିନା ପଢ଼ାଶୁଣା କରୁଥିବା ଓ ଛାତ୍ରବୃରି ଟଙ୍କା ଆସିନଥିବା କଥା ମଧ୍ୟ ଉଠାଇଛନ୍ତି। ଶୀତ ଦିନରେ ଶୀତବସ୍ତ୍ର ନ ଦେବା ଫଳରେ ନିଜର ଭାଗ୍ୟକୁ ଆଦରି ଦୂର ଦୁରାନ୍ତରୁ ଆସୁଥୁବା ଛାତ୍ର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ପାଇବା ପାଣିର ମଧ୍ୟ ଅସୁବିଧା ଦେଖା ଦେଇଛି ଉକ୍ତ ସେବାଶ୍ରମରେ। ସବୁ ଜାଣି ଅନୁସୂଚିତ ଜାତି ଓ ଜାତି ଉନ୍ନୟନ ବିଭାଗ ଓଡ଼ିଶା ଛାତ୍ର ନିବାସ ଚୁପ୍ କାହିଁକି।ପ୍ରଧାନ ଶିକ୍ଷକ କାହା ଚାପରେ ନିରବ ଦ୍ରଷ୍ଟା ସାଜିଛନ୍ତି । ସ୍ଥାନୀୟ ଅଭିଭାବକମାନେ କହିଛନ୍ତି, “ ସରକାର ସେବାଶ୍ରମ ସ୍କୁଲ ପାଇଁ ବହୁ ଅର୍ଥ ଦେଉଛନ୍ତି ବୋଲି କୁହାଯାଉଛି । କିନ୍ତୁ ଆମ ପିଲାମାନେ ସେହି ସୁବିଧା ପାଇପାରୁ ନାହାନ୍ତି। ନିୟମିତ ପାଠପଢ଼ା ହେଉନାହିଁ, ମଧ୍ୟାହ୍ନ ଭୋଜନର ଗୁଣମାନ ମଧ୍ୟ ଖରାପ ଥିବା ଅଭିଯୋଗ ରହିଛି। ସେମାନେ କହୁଛନ୍ତି, ଶିକ୍ଷକ ଅଭାବ ଯୋଗୁଁ ନିୟମିତ କ୍ଲାସ ହେଉନାହିଁ, କେତେକ ସମୟରେ ଘଂଟା ଘଂଟା ଧରି କ୍ଲାସ ଖାଲି ରହୁଛି । ଏହାର ସିଧା ପ୍ରଭାବ ପିଲାମାନଙ୍କ ଶିକ୍ଷା ଉପରେ ପଢୁଛି। ବିଭିନ୍ନ ପ୍ରକାରର ଅନିୟମିତତା ବିଷୟରେ ଅଭିମନ୍ୟୁ ପାଟି ଖୋଲିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ, ଚାକିରି ରୁ ଛଟେଇ ଭଳି ବିଭିନ୍ନ ପ୍ରକାରର ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କଥା କହିଛନ୍ତି ଶ୍ରୀ ଜେନା। ଏହି ଅଭିଯୋଗକୁ ନେଇ ଚାନ୍ଦବାଲି ବ୍ଲକ ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସରକାରୀ ଅର୍ଥ କେଉଁଠି ଖର୍ଚ ହେଉଛି ନାଁ ପ୍ରଧାନ ଶିକ୍ଷକ ପକେଟ କୁ ଯାଉଛି ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏଠି ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ ତୁରନ୍ତ ତଦନ୍ତର କରି କି ପ୍ରକାରର ପଦକ୍ଷେପ ନେଉଛି।ଏବେ ପ୍ରଶ୍ନ ଡିଆଁ ନରସିଂପୁର ସେବାଶ୍ରମ ସ୍କୁଲରେ ପଢୁଥୁବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଯୋଜନା କେବଳ କାଗଜରେ ରହିବ କି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ