ଅତ୍ୟଧିକ ମଦ୍ୟାପାନ ଗଛରେ ପିଟିଲା ଅଟୋ
ଜୟପୁର , 18 ଜାନୁଆରି (ହି.ସ.)ଜୟପୁର ପେପରମିଲ ଛକ ନିକଟରେ ଅତ୍ୟଧିକ ମଦ୍ୟପାନ କରି ଏକ ଅଟୋ ଗଛରେ ଧକ୍କା ଦେଇଥିବା ନେଇ ସଦରଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ସଦରପୁଲିସ ପେଟ୍ରୋଲି˚ କରି ମଦ୍ୟପ ଗାଡି ଚାଳକଙ୍କୁ ଯାଞ୍ଚ କରୁଥିବା ସମୟରେ ଅଟୋ ଡ୍ରାଇଭର କୁନ୍ଦୁରା
ଅତ୍ୟଧିକ ମଦ୍ୟାପାନ ଗଛରେ ପିଟିଲା ଅଟୋ


ଜୟପୁର , 18 ଜାନୁଆରି (ହି.ସ.)ଜୟପୁର ପେପରମିଲ ଛକ ନିକଟରେ ଅତ୍ୟଧିକ ମଦ୍ୟପାନ କରି ଏକ ଅଟୋ ଗଛରେ ଧକ୍କା ଦେଇଥିବା ନେଇ ସଦରଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ସଦରପୁଲିସ ପେଟ୍ରୋଲି˚ କରି ମଦ୍ୟପ ଗାଡି ଚାଳକଙ୍କୁ ଯାଞ୍ଚ କରୁଥିବା ସମୟରେ ଅଟୋ ଡ୍ରାଇଭର କୁନ୍ଦୁରା ଥାନା ଅଞ୍ଚଳର ଧନିରାମ କମାର(୩୦) ଅଟୋ(ଓଡି୧୦ଏଏ୮୯୦୯)କୁ ଆଣି ଏକ ଗଛରେ ଧକ୍କା ଦେଇଥିଲା। ଫଳରେ ଅଟୋ ଡ୍ରାଇଭରକୁ ଗୁରୁତର ଆଘାତ ଲାଗିଥିଲା। ସଦରପୁଲିସ ଘଟଣା ସ୍ଥଳରୁ ଅଟୋ ଡ୍ରାଇଭରକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରି ଅତ୍ୟଧିକ ମଦ୍ୟପାନ କରିଥିବା ନେଇ ଏକ ମାମଲା ରୁଜୁ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande