


ସମ୍ବଲପୁର, ୧୮, ଜାନୁଆରୀ (ହି.ସ.) ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ରବିବାର ଦିନ ଦୁର୍ଗାପାଲି ସଂଘ କାର୍ଯ୍ୟାଳୟ ଠାରେ ତ୍ରୟୋ ବାର୍ଷିକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନକଲି ଆଦିବାସୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଥିଲା । ଏହାସହ ଆଦିବାସୀ ମାନଙ୍କ ଶିକ୍ଷା ସ୍ବାସ୍ତ୍ୟ ଏବଂ ଅଧିକାରର ସୁରକ୍ଷା ନେଇ ଆଳୋଚନା କରାଯାଇଥିଲା । ବିଶେଷକରି ଆଦିବାସୀ ମାନଙ୍କ ଜମିକୁ ଜମି ମାଫିଆ ମାନେ ବିଭିନ୍ନ ବ୍ୟବସ୍ଥାରେ ହଡପ କରି ନେଉଥିବା ବେଲେ ସଂଘ ସେମାନଙ୍କର ସୁରକ୍ଷା ପାଇଁ ତତ୍ପର କରିବାକୁ ଆହ୍ବାନ କରାଯାଇଥିଲା । ବୈଠକରେ ସମ୍ବଲପୁର ଜିଲାର ୯ ଟି ବ୍ଲକର ପ୍ରତିନିଧି ମାନେ ସାମିଲ ହୋଇଥିଲେ । ସଂଘ ଗଠନ ପଛରେ ରହିଥିବା ୨୦ ଟି ପ୍ରସ୍ତାବ ଉପରେ ବୈଠକରେ ଆଳୋଚନା କରାଯାଇଥିଲା । ପ୍ରଥମ ଅଧିବେଶନ ତରଣୀ ଖଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବା ପରେ ତାପସ ଭୋଇଙ୍କ ଅଧ୍ୟକ୍ଷତାରେ ଧରିତ୍ରୀ ଭୋଇ ଏବଂ ରମାକାନ୍ତ ଖଡିଆ କମିଟି ଆଗାମୀ ୩ ବର୍ଷ ପାଇଁ ନୂତନ କମିଟୀ ନିର୍ବାଚନ କରିଥିଲେ । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଅକ୍ଷୟ କୁମାର ଭୋଇ, ସାଧାରଣ ସମ୍ପାଦକ ଭାବେ ଜୟଦେବ ମିଞ୍ଜ, ଯୁଗ୍ମ ସମ୍ପାଦକ ଭାବେ ଯୁବରାଜ ଭୋଇ, ଉପ ସଭାପତି ଭାବେ ରୋହିତ ଭୋଇ , ରାଜେଶ ଓରାମ ଏବଂ ଜୋନ କାମେଲ ଲାକରାଙ୍କୁ ନିର୍ବାଚତ କରାଯାଇଥିଲା । ସେହିପରି ସଙ୍ଗଠନ ସମ୍ପାଦକ ଭାବେ ବସନ୍ତ କୋକବାକ, କାଯର୍ୟକାରୀ ସଭାପତି ଭାବେ ଉସମାନ ମୁଣ୍ଡା, ସହ ସଂପାଦକ ଭାବେ ବିଳାସିନୀ ମୁଣ୍ଡା, କାର୍ତ୍ତିକ ମୁଣ୍ଡା, ସୁରେଶ ଦେହେରୀ, କୋଷାଧ୍ୟକ୍ଷ ଭାବେ ତରଣୀ ଖଡିଆଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ସଂଘର ମହିଳା ସଭାନେତ୍ରୀ ଭାବେ ରାକ୍ଷୀ ମୁଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଲେ ସଂଘର ଉପଦେଷ୍ଟା ଭାବେ ରାଜୁ ଖଡିଆ, ଭୀମସେନ ଆଇନ୍ଦ, ସୁବାସ ମିର୍ଦ୍ଧା, ଯୁଧୀଷ୍ଠିର ମାଝୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପରେ ଅକ୍ଷୟ କୁମାର ଭୋଇ ଙ୍କ ସଭାପତିତ୍ୱରେ ନୂତନ କମିଟୀ ଦାୟିତ୍ୱ ଗ୍ରହଣ କରିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ