
ଜୟପୁର 18 ଜାନୁଆରି (ହି.ସ.)
ଜୟପୁର ଗାଗନାପୁର ବାଲୁଙ୍କେଶ୍ବର ଶିବ ମନ୍ଦିରରେ ଆସନ୍ତା ଫେବୃଆରି ୧୫ ତାରିଖରେ ହେବାକୁ ଥିବା ଶିବରାତ୍ରୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ତଥା ସମାଜସେବୀ ପିଲୁଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଚଳିତ ବର୍ଷ ଶିବରାତ୍ରୀ କିପରି ମହା ଆଡମ୍ବରରେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ମନ୍ଦିର ନିକଟରେ ଅଷ୍ଟପ୍ରହରୀ ନାମ ସ˚କୀର୍ତ୍ତନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ଆସନ୍ତା ଫେବୃଆରି ୧୪ ତାରିଖରେ କଳସ ଯାତ୍ରା କରି ଜୟପୁର ସହର ପରିକ୍ରମା କରିବା ପରେ ଗାଗନାପୁର ମନ୍ଦିରରେ ପହଁଚିବେ ପରେ ୧୫ ତାରିଖ ଠାରୁ ଅଷ୍ଟପ୍ରହରୀ ଆରମ୍ଭ ହେବ ବୋଲି ଆଲୋଚନା କରାଯାଇଥିଲା। ଆଜିର ବୈଠକରେ ଏକ କମିଟି ଗଠନ କରାଯାଇ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ଦାୟୀତ୍ବ ବଣ୍ଟନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ପାତ୍ର,ଶଦାଶିବ ମୁଦୁଲି, ଡମ୍ବୁରୁ ହାଲଵା,ସୁରେଶ ନନ୍ଦ, ପୁରୋହିତ ପୁରୁଷୋତ୍ତମ ନନ୍ଦଙ୍କ ସମେତ ଗାଗନାପୁର ଗ୍ରାମବାସୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆସନ୍ତା ୨୫ ତାରିଖରେ ଅନ୍ୟ ଏକ ବୈଠକ ହେବ ବୋଲି ଆଲୋଚନା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି