କୃଷି ଯନ୍ତ୍ରପାତି ମେଳା ଉଦଯାପିତ
ଜୟପୁର, ୧୮ ଜାନୁଆରୀ (ହି.ସ.)- ଜୟପୁରର ଦଶହରା ପଡ଼ିଆ ରେ ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁର ଜି ଭି ରେଡ୍ଡୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୋରାପୁଟ ସନ୍ତୋଷ କୁମାର ଦଳ ବେହେରା, କୃ
କୃଷି ଯନ୍ତ୍ରପାତି ମେଳା ଉଦଯାପିତ


ଜୟପୁର, ୧୮ ଜାନୁଆରୀ (ହି.ସ.)- ଜୟପୁରର ଦଶହରା ପଡ଼ିଆ ରେ ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁର ଜି ଭି ରେଡ୍ଡୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୋରାପୁଟ ସନ୍ତୋଷ କୁମାର ଦଳ ବେହେରା, କୃଷି ଜିଲ୍ଲା ଅଧିକାରୀ, ଜୟପୁର ଲାଲାଟେନ୍ଦୁ ମହାପାତ୍ର, ଓଆଇସି, ଏଚଆରଆରଏସ ଜୟପୁର ମିହିର ରଞ୍ଜନ ମହାନ୍ତି ଏବଂ ଶ୍ରୀ କାହ୍ନୁ ଚରଣ ଦାସ ସହକାରୀ କୃଷି ନିର୍ଦ୍ଦେଶକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଜୟପୁର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ କୃଷି ଏବଂ ଆନୁସଙ୍ଗିକ ବିଭାଗରୁ ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୟପୁର ଉପଖଣ୍ଡର ୪ଟି ବ୍ଲକରୁ ୧୦୦ ଜଣରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ। ଏହି ଅବସରରେ ୨୦ଟି ଷ୍ଟଲ କରାଯାଇଥିଲା, ସେଥିମଧ୍ୟରୁ ୧୩ଟି ଷ୍ଟଲରେ ଆଧୁନିକ କୃଷି ଯାନ୍ତ୍ରିକୀକରଣ ପ୍ରଦର୍ଶିତ ହେଉଥିଲା ଏବଂ ବିଭିନ୍ନ ବିଭାଗ ଯେପରିକି ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ସମ୍ପଦ, ମତ୍ସ୍ୟପାଳନ ଏବଂ ଇଫକୋ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ, ପ୍ରଶିକ୍ଷଣ ମାଧ୍ୟମ ରେ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା ।ପରି ଶେଷରେ ନିର୍ବାହୀ ଯନ୍ତ୍ର( କୃଷି), କୋରାପୁଟ ସତ୍ୟ ନାରାୟଣ ଦାସ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ବର୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲାରେ ଆର୍ଥିକ ବର୍ଷ ୨୦୨୫-୨୬ ରେ ୪୨ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହୋଇସାରିଛି ଓ ସେଥିପାଇଁ ୧୦ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଥିବା ବେଳେ ବିଗତ ୩ ଦିବସରେ ମେଳା ସମୟରେ ୧୪୫ ଜଣ ଚାଷୀଙ୍କୁ ୪ .୪୭ କୋଟି ଟଙ୍କାର ଯନ୍ତ୍ରପାତି ବିକ୍ରି କରାଯାଇଅଛି ଓ ୧.୩୧ କୋଟିର ରିହାତି ପ୍ରଦାନ କରାଯାଇଅଛି। ଏହା ସହିତ ଆଗାମୀ ଦୁଇ ମାସ ମଧ୍ୟରେ ୫୦ ଲକ୍ଷ ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande