ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା
କେନ୍ଦ୍ରାପଡ଼ା, ୧୮ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜାନୁୟାରୀ ୧୫ ଓ ୧୬ ତାରିଖରେ ଦୁଇଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୬ ତାରିଖ ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଏବି.ଇଓ ତଥା ବି.ଆର.ସିସି ବଳଦେବ ଜେନା ମୁଖ୍
ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା


କେନ୍ଦ୍ରାପଡ଼ା, ୧୮ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜାନୁୟାରୀ ୧୫ ଓ ୧୬ ତାରିଖରେ ଦୁଇଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୬ ତାରିଖ ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଏବି.ଇଓ ତଥା ବି.ଆର.ସିସି ବଳଦେବ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଶିକ୍ଷାବିତ୍ ପ୍ରବୋଧ କୁମାର ଦାସ ସମ୍ମାନନୀୟ ଅତିଥି ଓ ସଭ୍ୟ ବୈରାଗୀ ଚରଣ ସାହୁ ଓ ଉପଦେଷ୍ଟା କମିଟିର ସଭ୍ୟ ଅଲେଖ ପ୍ରସାଦ ଦାସ ଉପସ୍ଥିତ ରହି ଶାରିରୀକ କ୍ରୀଡା ଯେ ମାନସିକ ସ୍ତରରେ ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ତାହା ଛାତ୍ରୀମାନଙ୍କୁ ଉପଦେଶ ଦେବା ସହିତ ପୁରସ୍କାର ବିତରଣ କରିବା ସହିତ ବିଦ୍ୟାଳୟରୁ ଅବଶର ଗ୍ରହଣ କରିଥିବା ସଂସ୍କୃତ ଶିକ୍ଷୟତ୍ରୀ ପ୍ରଭାତ ନଳିନୀ ଦାସ, କ୍ରୀଡା ଶିକ୍ଷୟତ୍ରୀ ମିନତୀ ସ୍ୱାଇଁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ ।

ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ପରିଡା ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମଟିକୁ ବିଦ୍ୟାଳୟର ସରକାରୀ ଶିକ୍ଷକ ନାରାୟଣ ପଣ୍ଡା, ବିଜୟା ରଶ୍ମି ମହାପାତ୍ର, ସାବିତ୍ରୀ ସାମଲ, ସରୋଜିନୀ ସ୍ୱାଇଁ, ଓ କର୍ମଚାରୀ ସଂଜୁକ୍ତା ସ୍ୱାଇଁ, ମଞ୍ଜୁଲତା ଦଳାଇ, ସେବତୀ ବେହେରା ଏବଂ ଛାତ୍ର ଜଗୁଆଳ ରାଜ କିଶୋର ସାହୁ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande