ଜିଲା ମହୋତ୍ସବ ଭଦ୍ରାୟଣୀ ୨୦୨୬ ଦ୍ୱିତୀୟ ସନ୍ଧ୍ୟାରେ ଉତେଜନା, ମଂଚରେ ଉତ୍ୟକ୍ତ ଯୁବକଙ୍କ ନାରାବାଜି, ନିରାଶରେ ଫେରିଲେ ହଜାର ହଜାର ଦର୍ଶକ
ଭଦ୍ରକ, ୧୯ ଜାନୁଆରୀ (ହି.ସ.) - ଜିଲା ମହୋତ୍ସବ ଭଦୟାୟଣୀ-୨୦୨୬ ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ମହୋତ୍ସବ ସ୍ଥଳରେ ଦର୍ଶକମାନଙ୍କ ବେଶ୍ ଭିଡ ଜମିଥିଲା। ସନ୍ଧ୍ୟା ୫ଟାରେ ମଂଚରେ ମନୋରଂଜନ କାର୍ଯ୍ୟକ୍ରମ ଚାଲିଥିଲା। ହଠାତ୍ ସନ୍ଧ୍ୟା ୬.୩୦ ରେ ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀର ଯୁବକମାନେ ଅତର୍କିତ ଭାବେ ମହୋତ୍ସ
BHADRAYANEE 2ND EVENINNG UTEJANA


ଭଦ୍ରକ, ୧୯ ଜାନୁଆରୀ (ହି.ସ.) - ଜିଲା ମହୋତ୍ସବ ଭଦୟାୟଣୀ-୨୦୨୬ ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ମହୋତ୍ସବ ସ୍ଥଳରେ ଦର୍ଶକମାନଙ୍କ ବେଶ୍ ଭିଡ ଜମିଥିଲା। ସନ୍ଧ୍ୟା ୫ଟାରେ ମଂଚରେ ମନୋରଂଜନ କାର୍ଯ୍ୟକ୍ରମ ଚାଲିଥିଲା। ହଠାତ୍ ସନ୍ଧ୍ୟା ୬.୩୦ ରେ ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀର ଯୁବକମାନେ ଅତର୍କିତ ଭାବେ ମହୋତ୍ସବ ସ୍ଥଳକୁ ପ୍ରବେଶ କରି ମଂଚ ଉପରକୁ ଚଢି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ଷ୍ଟଲ ଯୋଗାଣ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଆର୍ଥିକ କାରବାର ହୋଇଥିବାର ନାରାବାଜି କରିଥିଲେ। ଫଳରେ ଘଟଣାସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା। ଉତ୍ୟକ୍ତ ଯୁବକମାନେ ମଂଚ ଉପରେ ଥିବା ଆଲୋକସଜା, ସାଉଣ୍ଡ ବକ୍ସ ଗୁଡିକୁ ଶୀଘ୍ର ଉଠାଇବା ପାଇଁ ଆୟୋଜକଙ୍କୁ ତାଗିଦ କରିବା ପରେ ସେମାନେ ନିଜ ନିଜର ଆନୁସଙ୍ଗିକ ନଷ୍ଟ ହେବା ଭୟରେ ଖୋଲି ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ। ଯାହା ଜଣାଯାଏ ଯୁବଗୋଷ୍ଠୀଙ୍କ ଅଭିଯୋଗ ଏହି ମହୋତ୍ସବରେ ରାଜ୍ୟ ତଥା ଜିଲାର ୪୧୮ ଟି ଷ୍ଟଲ୍‌କୁ ପ୍ରଦର୍ଶନୀ ପାଇଁ ଅନୁମତି ଦିଆଯାଇଥିଲା। ଏହି ଅନୁମତି ପ୍ରଦାନ କ୍ଷେତ୍ରରେ ବ୍ୟାପକ ହେରଫେର ହୋଇଥିବାର ଅଭିଯୋଗ କରି ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଖବର ଲେଖାହେବା ଯାଏ ବନ୍ଦ ରଖାଯାଇଛି। ଉତେଜନା ମୂଳକ ପରିସ୍ଥିତିକୁ ଦେଖି ଦର୍ଶକମାନେ ଭୟରେ ପଳାଇଯିବା ସହ କେତେକ ଷ୍ଟଲ ବନ୍ଦ ହୋଇଥିବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପ୍ରଶାସନ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଏକ ବୈଠକ ବସିଛି। ତେବେ ଆଜିର କାର୍ଯ୍ୟକ୍ରମ ଏକପ୍ରକାର ବନ୍ଦ ହୋଇଯାଇଥିବାବେଳେ ଆସନ୍ତାକାଲି ଠାରୁ ଏହି ଜିଲା ମହୋତ୍ସବ ସଂପୂର୍ଣ୍ଣ ବନ୍ଦ ହେବ କି ଜାରି ରହିବ, ସେଥିନେଇ ସହରବାସୀ ଅପେକ୍ଷା କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande