

ଗଞାମ, ୧୮ ଜାନୁଆରୀ (ହି.ସ.)- ଶେରଗଡ ବ୍ଲକ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଯନା ପକ୍ଷରୁ ସିଡିପିଓ ମମତାଂଜଳୀ ପଣ୍ଡାଙ୍କ ଅଧ୍ଧକ୍ଷତାରେ ବେଟି ବଂଚାଅ, ବେଟି ପଢାଅ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତହୋଇଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ତୃପ୍ତିମୟୀ ଜେନା ଉଦଘାଟନ କରିଥିଲେ ।ଏଥିରେହରିହରପାଢି,ଦଲ୍ଲୀପଦଳାଇ ସମୀରକୁମାରପ୍ରଧାନ, ନିବେଦିତା ପ୍ରଧାନ, ଭାଗ୍ଯଲତାସାହୁ,ଦିଲ୍ଲୀପ କୁମାର ତ୍ରିପାଠୀ, ସୁବ୍ରତ କୁମାର ପଣ୍ଡା, ଅଜୟକୁମାର ପଟ୍ଟନାୟକ, ଅତିଥି ରୂପେ ଯୋଗଦେଇ ଥିଲେ । ୧୪ରୁ ୨୧ ବର୍ଷ ଝିଅ ପିଲାମାନଙ୍କ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଅତିଥିମାନେ ବକ୍ତବ୍ଯ ରଖଥିଲେ। ଲିଡବ୍ଯାଙ୍କ ପରିଚାଳକ ଝିଅମାନଙ୍କ ପାଇଁ ସାତଦିନରୁ ତିନିମାସ ମଧ୍ଧରେ ଲିଡବ୍ଯାଙ୍କ ପକ୍ଷରୁ ତାଲିମ ବ୍ଯବସ୍ଥା ସୂଚନା ଦେଇ ବ୍ଯାଙ୍କ ମାଧ୍ଧମରେ ସ୍ୱଳ୍ପ ସୁଧରେ ରୁଣ ଗ୍ରହଣ କରି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉପଦେଶ ଦେଇଥିଲେ । ବାଲ୍ୟ ବିବାହ ରୋକିବା ପାଇଁ ସାମୁହିକ ଶପଥ ପାଠ କରାଯାଇଥିଲା।
ଛାତ୍ରଛାତ୍ରୀଙ୍କ ମଧ୍ଧରେ ପ୍ରତିଯୋଗିତା କରାଯାଇ ସର୍ମିଳା ପାତ୍ର, ଶୁଭମ କୁମାର ସାହୁ ଓ ରାଜା ସାହୁଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ଏକ ହଜାର ଲେଖାଏଁ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ଯକ୍ରମକୁ ଶିବଶଂକର ଆଚାରୀ ଅଂଚଳ ପରିଦର୍ଶକା ଓ ଅଂଗନବାଡି କର୍ମୀମାନେ ସୁପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ