
ନୂଆପଡ଼ା, ୧୮ ଜାନୁଆରୀ(ହି.ସ.) –ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ରେଞ୍ଜର ବିଭିନ୍ନ ଜଳାଶୟରେ ଆଜି ପକ୍ଷୀ ଗଣନା ହୋଇଛି। ମୋଟ ୯ଟି ୟୁନିଟରେ ୭ଟି ଜଳାଶୟରେ ଆଜି ସକାଳୁ ପକ୍ଷୀ ଗଣନା ହୋଇଥିଲା। ଗୋଟେ ୟୁନିଟରେ ୫ ଜଣ ଲେଖାଏଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ। ଜିଲ୍ଲାର ତିଖାଳି ଡ୍ୟାମ, ଯୁଜୁଘାଟ, ଡୁଆଝର, ରାଣୀମୁଣ୍ଡା, ଖାସବାହାଲ, ଉପରପିଟା ଏବଂ କୋଦାଳ ଜଳାଶୟରେ ପକ୍ଷୀ ଗଣନା ହୋଇଥିବା ଖଡ଼ିଆଳ ରେଞ୍ଜର ସୀତାରାମ ଶବର କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ