ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ


ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ


ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ


ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ


ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ


ସମ୍ବଲପୁର, ୧୮, ଜାନୁଆରୀ (ହି.ସ.) ନିୟୋଜିତ ୩୮ ଟିମ୍‌,

ହୀରାକୁଦ ଜଳ ଭଣ୍ଡାରକୁ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇଛି l ୪୦ ଜଣ ବନ ବିଭାଗର ଅଧିକାରୀ, ୩୮ ଜଣ ପକ୍ଷୀ ବିଶେଷଜ୍ଞ ଓ ୧୫ ଜଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ।

ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା, ହୀରାକୁଦରେ ପକ୍ଷୀ ଗଣନା ଆଜିଠୁ ଆରମ୍ଭ ହୋଇଛି । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଗଣନା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ପକ୍ଷୀ ଗଣନା ପାଇଁ ହୀରାକୁଦ ଜଳ ଭଣ୍ଡାରକୁ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇଛି l ଏଥିସହ ୩୮ଟି ଟିମ ଗଠନ କରାଯାଇଥିବା ବେଳେ ଏଥିରେ ୪୦ ଜଣ ବନ ବିଭାଗର ଅଧିକାରୀ, ୩୮ ଜଣ ପକ୍ଷୀ ବିଶେଷଜ୍ଞ ଓ ୧୫ ଜଣ ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ l

ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୨୦୨୩ରେ ୧୦୮ ପ୍ରଜାତିର ୩,୧୬,୬୭୬ ପକ୍ଷୀ ହୀରାକୁଦକୁ ଆସିଥିଲେ

୨୦୨୪ରେ ୧୧୩ ପ୍ରଜାତିର ୩,୪୨,୩୪୫ ପକ୍ଷୀ ଆସିଥିଲେ ।

୨୦୨୫ରେ ୧୨୨ ପ୍ରଜାତିର ୩,୭୭,୭୩୨ ପକ୍ଷୀ ଆସିଥିଲେ । ଏଥିରେ ଭାରତୀୟ ପକ୍ଷୀ ସହ ରୁଷିଆ, ମଙ୍ଗୋଲିଆ, ମଧ୍ୟ ଏସିଆ, ୟୁରୋପ, ତିବ୍ଦତର ଵିଦେଶାଗତ ପକ୍ଷୀ ଅଛନ୍ତି ଋଷିଆ, ମଧ୍ୟ ଏସିଆ, ମଙ୍ଗୋଲିଆ, ତିବ୍ଦତ ଓ ୟୁରୋପ ଆଦି ଦେଶରୁ ପିଣ୍ଟେଲ୍‌, ସୋଭେଲର୍‌, ଟିଲ୍‌, ପୋଚାର୍ଡ୍‌, ବାର୍‌ ହେଡେଡ୍‌ ଗୁଜ୍‌, ଗଡ୍‌ୱିଟ୍‌, ସାଣ୍ଡପାଇପର୍‌, ସ୍ନାଇପ୍‌ସ୍‌, ବ୍ରାଉନ୍‌ ହେଡେଡ୍, ଗୁଲ୍‌, ହ୍ୱିସ୍କର୍ଡ୍‌ ଟର୍ଣ୍ଣ ପରି ବିଦେଶୀ ପକ୍ଷୀ ଆସୁଥିବା ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି । ବିଦେଶୀ ବିହଙ୍ଗଙ୍କ ପାଇଁ ହୀରାକୁଦରେ ଥିବା ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ଆହୁରି କହିଛନ୍ତି, ‘ଶୀତ ଋତୁରେ ଋଷିଆ, ମଙ୍ଗୋଲିଆ, ମଧ୍ୟ ଏସିଆ ଆଦି ଦେଶରେ ପ୍ରବଳ ଶୀତ ଓ ବରଫପାତ ହେଉଥିବାରୁ ଏହି ପକ୍ଷୀ ମାନେ ହୀରାକୁଦକୁ ଆସନ୍ତି l ତେବେ ଏହି ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ l ମୁଖ୍ୟତଃ ହୀରାକୁଦ ଜଳଭଣ୍ଡାର ୭୦୦ ସ୍କୋୟାରଫୁଟ ଅଞ୍ଚଳକୁ ପରିବ୍ୟାପ୍ତ ଥିବା ବେଳେ ଏହାର ୧୦୦ କିମି ଦୀର୍ଘ ସୋର ଲାଇନ ବା କୂଳ ରହିଛି l ତେଣୁ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଏହି ସୋର ଲାଇନରେ ଯେମିତି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ନରହିବ ସେଥିପାଇଁ ବନ ବିଭାଗ ପକ୍ଷରୁ ଜଗୁଆଳି ମୁତୟନ ହୋଇଥାନ୍ତି l ଏଥିରେ ବନ ବିଭାଗର କର୍ମଚାରୀ ତଥା ଆଖ ପାଖ ଗାଁର ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଉଛି l ଏହି ସମୟରେ ଅଧିକ ପକ୍ଷୀ ଥିବା ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଥାଏ l ମୁଖ୍ୟତଃ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ନାଇଲନ ଜାଲ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ରହିଥାଏ l ଏହା ସହ ନିରନ୍ତ୍ରର ବୋଟ ପେଟ୍ରୋଲିଂ କରାଯାଇଥାଏ ବୋଲି କହିଛନ୍ତି ଡିଏଫ୍ଓ ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande