କେନାଲରେ ପାଣି ଛାଡିବା ପ୍ରସଙ୍ଗକୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଯାଂଚ ହେଲା ୩ ପଂଚାୟତ
ଜୟପୁର, ୧୮ ଜାନୁଆରୀ(ହି.ସ.) – ଚଳିତ ରବି ଫସଲ ଲାଗି ପଦ୍ମପୁର ଡିଷ୍ଟିବ୍ୟୁଟାରି କେନାଲରେ ପାଣି ଛାଡ଼ିବା ନେଇ ଆଶଙ୍କା ଦେଖା ଦେଇଥିବାବେଳେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ୩ଟି ପଂଚାୟତ ବୁଲି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ବିଭାଗ ଓ ଜଳସେଚନ ବିଭାଗର ମିଳିତ ଆନୁ
କେନାଲରେ ପାଣି ଛାଡିବା ପ୍ରସଙ୍ଗକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ଯାଞ୍ଚ ହେଲା ୩ ପଞ୍ଚାୟତ


ଜୟପୁର, ୧୮ ଜାନୁଆରୀ(ହି.ସ.) – ଚଳିତ ରବି ଫସଲ ଲାଗି ପଦ୍ମପୁର ଡିଷ୍ଟିବ୍ୟୁଟାରି କେନାଲରେ ପାଣି ଛାଡ଼ିବା ନେଇ ଆଶଙ୍କା ଦେଖା ଦେଇଥିବାବେଳେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ୩ଟି ପଂଚାୟତ ବୁଲି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ବିଭାଗ ଓ ଜଳସେଚନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ କମିଟି କରାଯାଇ ତଦନ୍ତ କରିଥିଲେ। ଡଙ୍ଗରଛିଂଚି, ଟାଙ୍କୁଆ ଓ ବାଲିଆ ପଂଚାୟତର ବାଲିଆ, ମୁଖି ଖୁଡୁପି, ଜବାକନାଡି, ଡଙ୍ଗରଛିଂଚି, ଭଟ୍ଟାଛିଂଚି, ଯୋଗିପୁଟ, ବାଗ୍ରା, ଥୁରିଡିପୁଟ, ଟାଙ୍କୁଆ ଅଂଚଳ ବୁଲି ଦେଖିଥିଲେ। କେନାଲରେ ପାଣି ଛଡ଼ା ଯାଇନଥିବା ଯୋଗୁଁ ତଳିଗୁଡ଼ିକ ନଷ୍ଟ ହୋଇଯାଉଛି ଯାହା ଫଳରେ ଚାଷୀ କ୍ଷତି ସହିବେ। କେନାଲ ମରାମତି ସ୍ଥିତି ସମ୍ପର୍କରେ ଜଳସେଚନ ବିଭାଗ ସହ ଆଲୋଚନା କରିଥିଲେ। ଦୁଇଟି ଡିଷ୍ଟ୍ରିବ୍ୟଟାରି ଥିବା ବେଳେ ଧନପୁର ଡିଷ୍ଟ୍ରିବ୍ୟୁଟାରି ଅଂଚଳରେ ଥିବା କେନାଲ ମରାମତି କାର୍ଯ୍ୟ ସରିଯାଇଥିବା ଯୋଗୁଁ ସେହି ଅଂଚଳର ପାଣି ଛଡ଼ାଯାଇଛି। ପଦ୍ମପୁର ଡିଷ୍ଟ୍ରିବ୍ୟୁଟାରି ଅଂଚଳରେ କେନାଲ କାମ ସରିନଥିବା ଯୋଗୁଁ ପାଣି ଛଡ଼ାଯାଇନାହିଁ। ଗତକାଲି ଚାଷୀ ମାନେ ଜିଲ୍ଲାପାଳଙ୍କୁ ଭେଟି ପାଣି ଛାଡ଼ିବା ନେଇ ଦାବି କରିବା ପରେ ଆଜି ରାଜସ୍ୱ ଟିମ୍ କେତେ ପରିମାଣ ଜମିରେ ତଳି ପକାଯାଇଛି, କେତେ ଚାଷୀ ତଳି ପକାଇଛନ୍ତି, କେନାଲ ପାଣିରେ ତଳି ପଡ଼ିଛି ନା ଉଠା ଜଳସେଚନ ଦ୍ୱାରା ତଳି ପଡ଼ିଛି ସେସବୁ ବିଷୟରେ ଡ୍ରୋନ ସର୍ଭେ କରାଯାଇ ଆସନ୍ତା ଦୁଇଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପରେ ଜିଲ୍ଲାପାଳଙ୍କ ନିଷ୍ପତିକ୍ରମେ କେନାଲରେ ପାଣି ଛଡ଼ାଯିବ କି ନାହିଁ ତାହା ନିଷ୍ପତି ନିଆଯିବ ବୋଲି ରାଜସ୍ୱ ବିଭାଗ ସୁପରଭାଇଜର ହରିହର ଶତପଥୀ ସୂଚନା ଦେଇଛନ୍ତି। ଆଜି ଏହି ସର୍ଭେରେ ଅତିରିକ୍ତ ତହସିଲଦାର ଶୁଭଲକ୍ଷ୍ମୀ ନାୟକ, ଆର୍‌.ଆଇ. ଜୟନ୍ତୀ ମାଝି, ଇରିଗେସନ ଏସଡିଓ ଶକ୍ତି ଭୁୟାଁଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande