ନିଆଁରେ ପୋଡ଼ି ହୋଇ ମହିଳା ମୃତ
ଚମ୍ପୁଆ, , 18 ଜାନୁଆରି (ହି.ସ.)ଚମ୍ପୁଆ ଉପଖଣ୍ଡସ୍ଥ ବାରିଆ ଥାନା ଅନ୍ତର୍ଗତ ବାରୁଣା ଗ୍ରାମର ଜଣେ ବୟଷ୍କା ମହିଳା ଘରେ ରୋଷେଇ କରୁଥିବା ସମୟରେ ଅସାବଧାନତା ବଶତଃ ନିଆଁ ରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବାରୁଣା ଗ୍ରାମର ଇଶ୍ଵର ଚନ୍ଦ୍ର ମହାନ୍ତ ଙ୍କ ସ୍ତ୍ରୀ ମୀନା ମହା
ନିଆଁରେ ପୋଡ଼ି ହୋଇ ମହିଳା ମୃତ


ଚମ୍ପୁଆ, , 18 ଜାନୁଆରି (ହି.ସ.)ଚମ୍ପୁଆ ଉପଖଣ୍ଡସ୍ଥ ବାରିଆ ଥାନା ଅନ୍ତର୍ଗତ ବାରୁଣା ଗ୍ରାମର ଜଣେ ବୟଷ୍କା ମହିଳା ଘରେ ରୋଷେଇ କରୁଥିବା ସମୟରେ ଅସାବଧାନତା ବଶତଃ ନିଆଁ ରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବାରୁଣା ଗ୍ରାମର ଇଶ୍ଵର ଚନ୍ଦ୍ର ମହାନ୍ତ ଙ୍କ ସ୍ତ୍ରୀ ମୀନା ମହାନ୍ତ (୫୯) ଘରେ ରୋଷେଇ କରୁଥିଲେ। ରୋଷେଇ କରୁଥିବା ସମୟରେ ଅସାବଧାନତା ବଶତଃ ପିନ୍ଧି ଥିବା ଲୁଗାରେ ନିଆଁ ଲାଗି ଯାଇଥିଲା। ଦେହରେ ନିଆଁ ଲାଗି ଯିବାରୁ ମୀନା ଚିତ୍କାର କରିବାରୁ ପରିବାର ଅନ୍ୟ ସଦସ୍ୟ ମାନେ ଦୌଡ଼ି ଆସି ନିଆଁ କୁ ଆୟତ କରିବା ସହିତ ସଙ୍ଗେ ସଙ୍ଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ମୀନା ର ଚିକିତ୍ସା ଚାଲିଥିବା ସମୟରେ ତାର ମୃତ୍ୟୁ ହୋଇ ଯାଇଥିବା ଜଣା ଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande